Uncategorizedଓଡ଼ିଶାରାଜନୀତି

ବି.ଜେ.ଡି.ରୁ ନିଲମ୍ବିତ ହେଲେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

ଭୁବନେଶ୍ୱର, ବି.ଜେ.ଡି.ରୁ ନିଲମ୍ବିତ ହେଲେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା । ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବି.ଜେ.ଡି. ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ନିଲମ୍ବନ କରିଛନ୍ତି ।Image

ସେହିପରି ଯାଜପୁର ଜିଲ୍ଲା ପରିଷଦ ଉପ-ସଭାପତି ଗଣେଶ୍ବର ବରାଳ ମଧ୍ୟ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ବି.ଜେ.ଡି. ଉପ-ସଭାପତି ପ୍ରତାପ ଜେନା ଗଣେଶ୍ଵରଙ୍କୁ ନିଲମ୍ବିତ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି । ତେବେ ଗୋଟିଏ ଦିନରେ ଯାଜପୁର ଜିଲ୍ଲା ପରିଷଦର ୨ ପ୍ରମୁଖ ସଦସ୍ୟଙ୍କୁ ନିଲମ୍ବନ ପରେ ଜିଲ୍ଲା ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି ।

Image

ଗତକାଲି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ନିଲମ୍ବିତ ହୋଇଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଅରବିନ୍ଦ ଓ ସନାତନଙ୍କୁ ସୁପ୍ରିମୋ ନବୀନ ଦଳରୁ ସସପେଣ୍ଡ କରିଛନ୍ତି ।

Related Articles

Back to top button