ଓଡ଼ିଶା

ଗୃହରେ ଉଠିଲା ଟେଲିଫୋନ ଟାଓ୍ୱାର ପ୍ରସଙ୍ଗ, ମନ୍ତ୍ରୀ କହିଲେ-ଖୁବଶୀଘ୍ର ଗାଁରେ କରାଯିବ ନିର୍ମାଣ

ଭୁବନେଶ୍ୱର: ଗାଁରେ ଟେଲି ଫୋନ ଟାୱାର ନଥିବାରୁ ଗୃହରେ ଉଦବେଗ । ଉଭୟ ଶାସକ ଓ ବିରୋଧୀଙ୍କ ଦାବି ବର୍ତ୍ତମାନ ଟେକ୍ନୋଲୋଜିର ସମୟ ହୋଇଥିବାରୁ ଅଧିକ ରୁ ଅଧିକ ଟେଲି ଫୋନ ଟାୱାର ନିର୍ମାଣ କରଯାଉ ।

ଏ ନେଇ ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଉତ୍ତର ୩୦୩୯ ଗାଁରେ ୪୯୩ଟି ଟେଲି ଫୋନ ଟାୱାର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏ ନେଇ କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଇଛନ୍ତି । ସେଥିରୁ ୧୫୮ଟି ଟେଲି ଫୋନ ଟାୱାର ନିର୍ମାଣ ସରିଛି ।

ଆଉ ୩୨୫ଟି ଟେଲିଫୋନ ଟାୱାର ନିର୍ମାଣ ହେବ । ଏହା ବାଦ ଆଉ ୧୦୦ଟି ଟେଲି ଫୋନ ଟାୱାର ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି । ବର୍ତ୍ତମାନ ସରକାରୀ କାର୍ଯ୍ୟାଳୟ ଉପରେ ଟେଲି ଫୋନ ଟାୱାର ନିର୍ମାଣ କରିବା ପାଇଁ ଯୋଜନା କରଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com