ଓଡ଼ିଶା

ପୁରୀରେ ମିଳିଲା ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ

ପୁରୀ, ୦୧/୦୮/୨୦୨୨-   ପୁରୀରେ ମିଳିଲା ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ । ଗୋପ  ତହସିଲର ୨ ଟି ସ୍ଥାନରୁ ଏ ଗୁଡ଼ିକର  ସନ୍ଧାନ ମିଳିଛି ।  ସର୍ଭେ ପ୍ରକ୍ରିୟା ଶେଷ ହେବା ପରେ ଅଏଲ ଇଣ୍ଡିଆର ଜେନେରାଲ ମ୍ୟାନେଜରଙ୍କ  ସମେତ  ୧୦  ଜଣିଆ ଟିମ୍  ପହଞ୍ଚି ଗୋପରେ ୩୭ ଜଣ ହିତାଧିକାରୀଙ୍କୁ ୧୦ କୋଟିରୁ ଅଧିକ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।  ସ୍ଥାନ ଚିହ୍ନଟ ପରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରି ମତାମତ ନିଆଯାଇଥିଲା । ଗୋପ ବ୍ଲକ ଅଧିନ ଗୋପ ପଂଚାୟତର କୁସୁପୁର  ଓ  ମହଲପଡ଼ା ପଂଚାୟତ ଚିତେରା ମୌଜାରେ ସାଟେଲାଇଟ୍ ମ୍ୟାପ୍ ଯୋଗେ  ଦୁଇଟି ଜାଗାରୁ ଆଠ ଆଠ ଏକର ଲେଖାଏଁ ୧୬ ଏକର ଜାଗା  ଚିହ୍ନଟ କରାଯାଇଛି । ଖୁବଶୀଘ୍ର ଚିହ୍ନଟ ହୋଇଥିବା ସ୍ଥାନରେ ଖନନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅଏଲ ଇଣ୍ଡିଆ କର୍ତ୍ତୃପକ୍ଷ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com