ଓଡ଼ିଶା

ସରକାରୀ କ୍ବାର୍ଟର୍‌ରେ ସେକ୍ସ ରୢାକେଟ୍‌, ଦୁଇ ଦେହଜୀବୀ ଉଦ୍ଧାର ମହିଳା ଦଲାଲ, ଗ୍ରାହକ ଓ ଘର ମାଲିକ ଦମ୍ପତି ଗିରଫ

କଟକ/ତ୍ରିଶୁଳିଆ() ସରକାରୀ କ୍ବାର୍ଟରରେ ଚାଲିଛି ସେକ୍ସ ରୢାକେଟ୍। ସରକାରୀ କର୍ମଚାରୀ ଚଳାଉଥିଲେ ଏହି ରୢାକେଟ। ଲାଲ୍‌ବାଗ ଥାନା ପୁଲିସ ଆଜି ଏହାକୁ ଠାବ କରିବା ସହିତ ୪ଜଣଙ୍କୁ ଗିରଫ କରିଛି। କଟକ ସହରରେ ଗୋଟିଏ ମାସରେ ଏଭଳି ଦୁଇଟି ସେକ୍ସ ରୢାକେଟକୁ ଠାବ କରିଛି କମିସନରେଟ ପୁଲିସ। ଗତ ୧୬ ତାରିଖରେ ମର୍କତନଗର ଥାନା ପୁଲିସ ଗୋଟିଏ ରୢାକେଟକୁ ଠାବ କରିଥିଲା ବେଳେ ଆଜି ଲାଲ୍‌ବାଗ ଥାନା ପୁଲିସ ରାଧାନାଥ ଟ୍ରେନି˚ ସ୍କୁଲ ପଛପଟେ ସରକାରୀ କ୍ବାର୍ଟରରେ ଚାଲିଥିବା ଏହି ସେକ୍ସ ରୢାକେଟକୁ ଠାବ କରିଛି। ପୁଲିସ୍‌ ଦୁଇଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି। ଜଣେ ମହିଳା ଦଲାଲ, ଜଣେ ଗ୍ରାହକ ଓ ଘର ମାଲିକ ଦମ୍ପତିଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଦମ୍ପତି ହେଲେ, ଶରତ ଚନ୍ଦ୍ର ଚାନ୍ଦ, ଝୁନା ଚାନ୍ଦ, ଗ୍ରାହକ ଦୁର୍ଯ୍ୟୋଧନ ସେଠୀ ଓ ଦଲାଲ ସୁଜାତା ରଣା। ଶରତ ପିଏଚ୍‌ଡିର ଜଣେ କର୍ମଚାରୀ ହୋଇଥିବା ବେଳେ ଦୁର୍ଯ୍ୟୋଧନର ଘର ସାର୍ତ୍ତୋଳ। ଦଲାଲ ସୁଜାତାର ଘର ଚୌଧୁରୀ ବଜାର ଅଞ୍ଚଳରେ।

ସୂଚନା ଅନୁଯାୟୀ, ରାଧାନାଥ ଟ୍ରେନି˚ ସ୍କୁଲ ପଛ ପଟେ ଏକ ସରକାରୀ କ୍ବାର୍ଟର୍‌ରେ ଦେହ ବ୍ୟବସାୟ ଚାଲୁଥିବା ନେଇ ଲାଲ୍‌ବାଗ ପୁଲିସକୁ ସୂଚନା ମିଳିଥିଲା। ଅଭିଯୋଗ ମିଳିବା ପରେ ସୋମବାର ଅପରାହ୍‌ଣରେ ଲାଲବାଗ ପୁଲିସ ଉକ୍ତ ଘରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଏକ ବନ୍ଦ କୋଠରି ଭିତରୁ ଅସ˚ଯତ ଅବସ୍ଥାରେ ଦୁଇ ଜଣ ଧରା ପଡ଼ିଥିଲେ। ସେହିପରି ଉକ୍ତ ଘରୁ ଅନ୍ୟ ଜଣେ ଦେହଜୀବୀ ଓ ଦଲାଲକୁ ପୁଲିସ କାବୁ କରିଥିଲା। ଏଥିସହ ଏହି ଘରୁ କିଛି ନଗଦ ଟଙ୍କା ସହ ବହୁ ଆପତ୍ତିଜନକ ସାମଗ୍ରୀକୁ ପୁଲିସ ଜବତ କରିଛି। ତେବେ ଏହି ବେଆଇନ କାର୍ଯ୍ୟରେ ଘର ମାଲିକଙ୍କ ପ୍ରତ୍ୟକ୍ଷ ସ˚ପୃକ୍ତି ଥିବା ଜଣାପଡ଼ିବା ପରେ ପୁଲିସ ମାଲିକ ଦମ୍ପତିଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତେବେ ଦୀର୍ଘ ଦିନ ଧରି ଉକ୍ତ ଘରେ ଏଭଳି ଅନୈତିକ କାରବାର ଚାଲିଆସୁଥିବା ପୁଲିସ ଜାଣିବାକୁ ପାଇଛି। ଉକ୍ତ ଘରେ ୩୦ରୁ ୩୫ ବର୍ଷୀୟ କିଛି ମହିଳା ଓ ଯୁବତୀଙ୍କୁ ରଖି ରୢାକେଟ୍‌ ଚଲା ଯାଉଥିଲା। ଧରାପଡ଼ିଥିବା ମହିଳା ଦଲାଲଜଣକ ଗ୍ରାହକ ଯୋଗାଡ଼ କାମ କରୁଥିଲା। ଗ୍ରାହକଙ୍କ ସହ ଦର ଛିଡ଼ିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉକ୍ତ ଘରକୁ ଦଲାଲ ଜଣକ ଆଣୁଥିଲା। ଏପରିକି ସେ ଦେହଜୀବୀଙ୍କୁ ଅନ୍ୟତ୍ର ନେବା ଆଣିବା କାମ ମଧ୍ୟ କରୁଥିବା ଜଣାପଡ଼ିଛି। ଏହା ଛଡ଼ା ଘର ମାଲିକ ପଶ୍ଚିମବଙ୍ଗରୁ କିଛି ବଙ୍ଗୀୟ ଯୁବତୀଙ୍କୁ ଆଣି ଯୌନ କାରବାରରେ ଲଗାଉଥିବା ପୁଲିସ ଜାଣିବାକୁ ପାଇଛି। ଏ ଦିଗରେ ଅଧିକ ତଦନ୍ତ ଚାଲିଥିବା ପୁଲିସ୍‌ ସୂଚନା ଦେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com