
ଭୁବନେଶ୍ୱର, ବନ୍ଧୁକ ବେପାରୀକୁ ବାନ୍ଧିଲା କମିଶନରେଟ ପୁଲିସ । ଭୁବନେଶ୍ୱରରେ ଚୋରା ବନ୍ଧୁକ କାରବାର ଚାଲିଥିବା ସୂଚନା ପାଇ ଶୁକ୍ରବାର ଜଣଙ୍କୁ ଗିରଫ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଗିରଫ ଅଭିଯୁକ୍ତର ନାଁ ମନୋଜ କୁମାର ମଲ୍ଲିକ । ତାକୁ ଚନ୍ଦକାରୁ ଗିରଫ କରାଯାଇଛି । ଏ ସମ୍ପର୍କରେ ସୁଚନା ଦେଇଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ ।
ମନୋଜର ଘର ଯାଜପୁରରେ ହୋଇଥିବା ବେଳେ ତା’ ଠାରୁ ୬ଟି ବନ୍ଧୁକ ସହ ଗୋଟିଏ ବାଇକ ଜବତ ହୋଇଛି । ସେ ବିହାରରୁ ବନ୍ଧୁକ ଆଣି ଭୁବନେଶ୍ୱରକୁ ବନ୍ଧୁକ ଡେଲିଭରି କରିବାକୁ ଆସିଥିଲା । ଭୁବନେଶ୍ୱର ସମେତ ଅନ୍ୟ କେଉଁ ଅଞ୍ଚଳରେ ତା’ର ଯୋଗ ରହିଛି ସେ ନେଇ ପୋଲିସ ତଦନ୍ତ କରୁଛି ।




