
ଭୁବନେଶ୍ୱର ,ବାୟୁ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଦିଲ୍ଲୀ-ଏନସିଆରରେ ପୁଣି ଘରେ ଗ୍ରାପ୍-୪ର କଟକଣା ଲାଗୁ କରିଦିଆଯାଇଛି। ଦିଲ୍ଲୀର ଏକ୍ୟୁଆଇ ଶନିବାର ଅପରାହ୍ଣ ୪ଟା ସୁଦ୍ଧା ୪୦୦ ରେକର୍ଡ କରାଯାଇଥିଲା। ଏଥିରେ ଲଗାତାର ବୃଦ୍ଧି ଦେଖିବାକୁ ମିଳୁଛି। ରାତି ୮ଟା ସୁଦ୍ଧା ଏହା ୪୨୮ ରେକର୍ଡ କରାଯାଇଛି। ବାୟୁ ଗୁଣବତ୍ତା ଓ ସମ୍ବନ୍ଧିତ କାରକକୁ ଧ୍ୟାନରେ ରଖି ହ୍ରାସ କରିବା ଉଦ୍ଦେଶ୍ୟରେ ଜିଆରଏପିରେ ସିଏକ୍ୟୁଏମ୍ ଉପ-ସମିତି ସର୍ବସମ୍ମତି କ୍ରମେ ବର୍ତ୍ତମାନର ଗ୍ରାପ୍ ସ୍ତର ୪ ‘ସିଭିୟର ପ୍ଲସ୍’ ବାୟୁ ଗୁଣବତ୍ତା ଅନୁସାରେ ସମସ୍ତ ଉପାୟକୁ ତୁରନ୍ତ ଏନ୍ସିଆରରେ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।ଗ୍ରାପ୍ ୧,୨ ଓ ୩ ଅନୁସାରେ ଲାଗୁ ଉପାୟ ପୂର୍ବ ଭଳି ରହିବ। ଏହା ବ୍ୟତୀତ ଏନ୍ସିଆର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଅନ୍ୟ ସମ୍ବନ୍ଧିତ ଏଜେନ୍ସି ଗୁଡିକୁ ବାୟୁ ଗୁଣବତ୍ତା ଅଧିକ ଖରାପ ନ ହେବା ପାଇଁ ଉପାୟ ବାହାର କରିବାକୁ କୁହାଯାଇଛି। ଗ୍ରାପ୍-୪ ଅନୁସାରେ ଅନ୍ୟ ରାଜ୍ୟରୁ ଆସୁଥିବା ଭାରୀ ଯାନ ଦିଲ୍ଲୀରେ ପ୍ରବେଶ କରିପାରିବେନି। ତେବେ ଜରୁରୀ ସାମଗ୍ରୀ ନେଉଥିବା ଏବଂ ଜରୁରୀ ସେବା ଯୋଗାଉଥିବା ଟ୍ରକକୁ ଅନୁମତି ମିଳିବ। ସମସ୍ତ ସିଏନଜି, ଇଲେକ୍ଟ୍ରିକ୍ ଓ ବିଏସ-୬ ଡିଜେଲ ଟ୍ରକକୁ ମଧ୍ୟ ଦିଲ୍ଲୀରେ ପ୍ରବେଶ ଅନୁମତି ମିଳିବ। ବାୟୁର ଗୁଣବତ୍ତା ସାଧାରଣ ନ ହେବା ପର୍ଯ୍ୟନ୍ତ ଏହି ନିୟମ ପାଳନ କରାଯିବ। ପ୍ରତିବର୍ଷ ଶୀତ ସମୟରେ ବଢୁଥିବା ପ୍ରଦୂଷଣ ଦିଲ୍ଲୀ ପାଇଁ ବଡ ସମସ୍ୟା ପାଲଟୁଛି।




