ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ରଥ ନିର୍ମାଣ

ଭୁବନେଶ୍ୱର ,ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ।

ମହାବୀରଙ୍କ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ଦଶପଲ୍ଲା ରେଞ୍ଜର, ନୟାଗଡ଼ A.C.F ଏବଂ ସମସ୍ତ ବନ କର୍ମଚାରୀଙ୍କ ଉପସ୍ଥିତିରେ ରଥକାଠ ପଠାଯାଇଛି।

ଡ଼ିସେମ୍ବର ୩୦ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଜଣିଆ ଟିମ୍ ରଥକାଠ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞା ମାଳ ଧରି ମା’ ବଡ଼ରାଉଳଙ୍କ ମନ୍ଦିର ଯାଇଥିଲେ।

ଚଳିତ ବର୍ଷ ରଥ ନିର୍ମାଣ ପାଇଁ  ୮୬୫ ଖଣ୍ଡ କାଠର ଆବଶ୍ୟକ ଥିବାବେଳେ ଗତ ବର୍ଷର ୪୭ ଖଣ୍ଡ କାଠ ବଳକା ଆଉ ୮୧୮ ଖଣ୍ଡ କାଠର ଆବଶ୍ୟକତା ରହିଛି।

ମହାବୀର କ୍ଷେତ୍ରରୁ ପ୍ରଥମ ପର୍ଯ୍ୟାୟରେ ୩ଟି ଟ୍ରକରେ ୮୩ ଖଣ୍ଡ ରଥ କାଠ ପଠାଯାଇଛି।

ବଳକା କାଠ ପର୍ଯ୍ୟାୟ କ୍ରମେ ପୁରୀକୁ ପଠାଯିବ।ପ୍ରଥମ ପର୍ଯ୍ୟାୟରେ ଦଶପଲ୍ଲା ବନାଞ୍ଚଳରୁ ୮୩ ଖଣ୍ଡ ରଥ କାଠ ଆସିଛି। ଆଉ ବଳକା କାଠ ପର୍ଯ୍ୟାୟ କ୍ରମେ ପଠା ଯିବ ବୋଲି ଦଶପଲ୍ଲା ରେଞ୍ଜର ଶ୍ରୀନିବାସ ଦାସ କହିଛନ୍ତି।।

Related Articles

Back to top button