
ଭୁବନେଶ୍ୱର ,କଦଳୀ ପତ୍ରକୁ ଖାଦ୍ୟ ପରିବେଷଣ ପାଇଁ ବହୁ ଦିନ ଧରି କଦଳୀ ପତ୍ରକୁ ଆମେ ବ୍ୟବହୃତ କରିଆସୁଛୁ । ଏହାକୁ ପ୍ଲେଟ୍ ପାଇଁ ଏକ ପାରମ୍ପରିକ ଏବଂ ପରିବେଶ ଅନୁକୂଳ ବିକଳ୍ପ ଭାବରେ ବିବେଚନା କରାଯାଏ।
ଯେତେବେଳେ ଏହା ଉପରେ ଗରମ ଖାଦ୍ୟ ରଖାଯାଏ, ଏଥିରୁ ଏକ ମୃଦୁ ସୁଗନ୍ଧ ବାହାରେ ଯାହା ଖାଦ୍ୟର ସ୍ୱାଦକୁ ବୃଦ୍ଧି କରେ।କଦଳୀ ପତ୍ରରେ ମିଳୁଥିବା ପଲିଫେନୋଲଗୁଡ଼ିକ ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ, ଯାହା ଗ୍ରୀନ୍ ଟି ଏବଂ କିଛି ଫଳରୁ ମଧ୍ୟ ମିଳିଥାଏ।
କଦଳୀ ପତ୍ରରେ ମଧ୍ୟ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଥାଏ। ପତ୍ର ଉପରେ ଥିବା କିଛି ତତ୍ତ୍ୱ ଜୀବାଣୁର ବୃଦ୍ଧିକୁ ରୋକିଥାଏ….କଦଳୀ ପତ୍ରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ପଲିଫେନୋଲ୍ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରେ।
କଦଳୀ ପତ୍ରରେ ଖାଇବା ପରିବେଶ ପାଇଁ ମଧ୍ୟ ଲାଭଦାୟକ। ଏଗୁଡ଼ିକ ସମ୍ପୂର୍ଣ୍ଣ ଜୈବବିଘଟନଶୀଳ ଏବଂ ଆବର୍ଜନା ବଢାଏ ନାହିଁ।ପ୍ଲାଷ୍ଟିକ୍ କିମ୍ବା ସିନ୍ଥେଟିକ୍ ପ୍ଲେଟ୍ ତୁଳନାରେ କଦଳୀ ପତ୍ର ସମ୍ପୂର୍ଣ୍ଣ ରାସାୟନିକ ମୁକ୍ତ। ଏଥିରେ ପ୍ଲାଷ୍ଟିକ୍ରେ ଥିବା BPA କିମ୍ବା phthalates ଭଳି କ୍ଷତିକାରକ ପଦାର୍ଥ ନାହିଁ।




