
ଭୁବନେଶ୍ୱର ,ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ କୋର୍ଟ ଉଠାଇ ଦେଇଛନ୍ତି।
ଦୁଇ ବର୍ଷିଆ ଚୁକ୍ତି ଖିଲାପ କରିଥିବା ଅଭିଯୋଗରେ ପୀୟୂଷ ତ୍ରିପାଠୀଙ୍କ ମଞ୍ଚ ଚଢ଼ିବା ଉପରେ ରୋକ ଲଗାଇଥିଲେ କୋର୍ଟ।
ସୂର୍ଯ୍ୟ ମନ୍ଦିର ନାଟ୍ୟ ଅନୁଷ୍ଠାନ ପକ୍ଷରୁ ଗତ ୫ ତାରିଖରେ ଭୁବନେଶ୍ବର କୋର୍ଟରେ ଅଭିଯୋଗ ପରେ ମଞ୍ଚ ଚଢ଼ିବା ଉପରେ କଟକଣା ଜାରି ହୋଇଥିଲା।
ଉଭୟ ପକ୍ଷଙ୍କ ଶୁଣାଣି ପରେ ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶକୁ ଭୁବନେଶ୍ବର କୋର୍ଟ ଉଠାଇଛନ୍ତି।
ଆଜିଠୁ ପୁଣି ମଞ୍ଚ ଚଢ଼ିବେ ପୀୟୂଷ। ଡାଏଲଗ୍ ଓ ଇମୋସନ୍ ଦର୍ଶକଙ୍କୁ ମତୁଆଲା କରିବେ।
କାନ୍ଦି କନ୍ଦାଇବେ, ଆଉ ହସି ହସାଇବେ ପୀୟୂଷ ତ୍ରିପାଠୀ। ଯାତ୍ରା ମଞ୍ଚ ଚଢ଼ିବା ପାଇଁ ତାଙ୍କୁ କୋର୍ଟରୁ ଅନୁମତି ମିଳିଛି।
ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି।




