ଓଡ଼ିଶା

ବ୍ରଜରାଜନଗର ଉପନିର୍ବାଚନ : ୫୦ ହଜାର ଭୋଟରେ ବିଜୟୀ ହେବେ ବିଜେଡି ପ୍ରାର୍ଥୀ- ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ୫୦ ହଜାରରୁ ଅଧିକ ଭୋଟ୍ ରେ ବିଜୟୀ ହେବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନରେ ବ୍ରଜରାଜନଗର ନିର୍ବାଚନମଣ୍ଡଳବାସୀ ବିଜୁ ଜନତା ଦଳକୁ ଆଶୀର୍ବାଦ କରିଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ପୁଣି ଥରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀବାସୀ ବିଜେଡି ପ୍ରାର୍ଥୀଙ୍କୁ ନିର୍ବାଚିତ କରାଇବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

ତେବେ ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି l ବିଜେଡି ପକ୍ଷରୁ ଅନୁଷ୍ଠାନିକ ଭାବରେ ପ୍ରଚାର ପ୍ରସାର ଆରମ୍ଭ ହୋଇନଥିଲେ ହେଁ ବିଜୟ ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଛି l ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନେତୃତ୍ୱରେ ବେଲପାହାଡରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଏଥିରେ କଟକ ମେୟର ସୁବାସ ସିଂ, ଝାରସୁଗୁଡା ଜିଲ୍ଲା ସହ ପର୍ଯ୍ୟବେକ୍ଷକ ବିଷ୍ଣୁପ୍ରସାଦ କେଡ଼ିଆ ପ୍ରମୁଖଙ୍କ ସହ ପଞ୍ଚାୟତ ସ୍ତରୀୟ କର୍ମୀ ଉପସ୍ଥିତ ଥିଲେ l ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସମସ୍ତ କର୍ମୀଙ୍କୁ ଆଗାମୀ ନିର୍ବାଚନ ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ କହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com