ଓଡ଼ିଶା

ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ ଗିରଫ, ବାହାରିଥିଲା ପୁଳା ପୁଳା ଟଙ୍କା

ଭୁବନେଶ୍ୱର : ଶେଷରେ ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ । ଆଜି କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଚଢ଼ାଉ କରି ତାଙ୍କ ପାଖରୁ ୨ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ ଘରୁ ୨ କୋଟି ଟଙ୍କା ନଗଦ ଠାବ କରିଥିଲା ଭିଜିଲାନ୍ସ ।
ତେବେ କାର୍ତ୍ତିକେଶ୍ୱରଙ୍କ ଭୁବନେଶ୍ୱର ଟାଟା ଆରିଆନା ସ୍ଥିତ ଫ୍ଲାଟରୁ ମିଳିଥିଲା ଟଙ୍କା ଏହି ନଗଦ ଟଙ୍କା । ନଗଦ ୨ କୋଟି ଜବତ କରିବା ଭିଜିଲାନ୍ସ ଇତିହାସରେ ରେକର୍ଡ । ଏପର୍ଯ୍ୟନ୍ତ ତାଙ୍କର ୭ଟି ପ୍ଲଟ, ୨୦ଟି ସୁନା ବିସ୍କୁଟ ସହ ପ୍ରାୟ ୫୮୦ ଗ୍ରାମର ସୁନା ଜବତ କରାଯାଇଛି ।
ସୂଚନାଯୋଗ୍ୟ, ବୁଧବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ । ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ । ଏଥିରେ ୫ ଡିଏସପି, ୧୧ ଇନସପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଥିଲେ । ୨ ଦିନ ଧରି ଜାରି ରହିଥିବା ରେଡ୍ ବେଳେ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଦେଖି ତାଜୁବ ହୋଇଥିଲେ ଭିଜିଲାନ୍ସ ଅଧିକାରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com