ଅନ୍ତର୍ଜାତୀୟସ୍ୱାସ୍ଥ୍ୟ

ତିରୁପତି ମନ୍ଦିରରେ ପ୍ରସ୍ତୁତ ଲଡୁରେ ଅପମିଶ୍ରିତ ଘିଅ ବ୍ୟବହୃତ

 ଭୁବନେଶ୍ୱର, ତିରୁପତି ମନ୍ଦିରକୁ ଯେଉଁ ଘିଅ ଯୋଗା  ଯାଉଥିଲା , ସେଥିରେ ପାମ୍‌ ଅଏଲ, କେର୍ନଲ ଅଏଲ ଏବଂ ପଶୁ ଚର୍ବି ମିଶ୍ରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ତିରୁପତି ମନ୍ଦିରର ଏକାଧିକ ବରିଷ୍ଠ ଅଧିକାରୀ ଯଥା ପି.କେ.ମୁରଲୀକୃଷ୍ଣ, ଆର.ଏସ.ସୁବ୍ରମଣ୍ୟମ, ସି.ଆପନ୍ନା, ୱାଇ.ଭି.ସୁବାରେଡ୍ଡୀ ମଧ୍ୟ ଅଭିଯୁକ୍ତ ତାଲିକାଭୁକ୍ତ ହୋଇଛନ୍ତି।ତିରୁପତି ମନ୍ଦିରରେ ପ୍ରସ୍ତୁତ ହେଉଥିବା ଲଡୁରେ ପଶୁ ଚର୍ବି ମିଶ୍ରଣ କରାଯାଉଛି ବୋଲି, ୨୦୨୪ ସେପ୍ଟେମ୍ବରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତିରୁପତି ମନ୍ଦିରକୁ ଲକ୍ଷାଧିକ ଭକ୍ତ ଦର୍ଶନ କରିବାକୁ ଆସୁଥିବାବେଳେ ପ୍ରସାଦ ଭାବେ ସେମାନଙ୍କୁ ଏହି ଲଡୁ ପ୍ରଦାନ କରାଯାଇଥାଏ। ତେଣୁ ଅପମିଶ୍ରିତ ଘିଅରେ ଲଡୁ ପ୍ରସ୍ତୁତ କରାଯାଉଥିବାରୁ ଏହା ଭକ୍ତଙ୍କ ଧାର୍ମିକ ଭାବନାକୁ କ୍ଷୁଣ୍ଣ କରୁଛି ​‌, ପ୍ରଚାର ହୋଇଥିଲା। ପ୍ରଥମେ ଏହାର ତଦନ୍ତ ଦାୟିତ୍ବ ଏସଆଇଟି ଉପରେ ନ୍ୟସ୍ତ କରାଯାଇଥିଲା। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ୨୦୨୪ ଅକ୍ଟୋବରରେ ଏହି ଦାୟିତ୍ବ ସିବିଆଇ ଗ୍ରହଣ କରିଥିଲା। ଦୀର୍ଘ ୧୫ ମାସ ଧରି ସିବିଆଇ ପକ୍ଷରୁ ୧୨ଟି ରାଜ୍ୟରେ ଏହି ଘଟଣାକୁ ନେଇ ଚଢଉ କରାଯାଇଥିଲା। ତିରୁପତି ମନ୍ଦିରକୁ ୬୮ ଲକ୍ଷ କିଲୋ ଅପମିଶ୍ରିତ ଘିଅ ଯୋଗାଣ କରାଯାଇଥିବାବେଳେ ,୨୫୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡିଛି। ଅପମିଶ୍ରିତ ଲଡୁକୁ ବିଭିନ୍ନ ପରୀକ୍ଷାଗାରକୁ ପଠାଯାଇଥିବାବେଳେ ସେଥିରେ ପଶୁଚର୍ବି ମିଶିଥିବାର ପ୍ରମାଣ ମିଳିଥିଲା।

Related Articles

Back to top button