ଅନ୍ତର୍ଜାତୀୟମନୋରଞ୍ଜନ

ବକ୍ସ ଅଫିସରେ ଶହେ କୋଟିରୁ ଅଧିକ ଆୟ

ଭୁବନେଶ୍ୱର ,ଦୀର୍ଘ ତିନିଦିନ ଭିତରେ ଏହି ଫିଲ୍ନ ବକ୍ସ ଅଫିସରେ ଶହେ କୋଟିରୁ ଅଧିକ ଆୟ କରିସାରିଲାଣି। ଧୁରନ୍ଧର ଚଳଚ୍ଚିତ୍ର ବଦଳରେ, ଏହି ଫିଲ୍ମ ଏବେ ବକ୍ସ ଅଫିସରେ ରାଜ କରୁଛି। କେହି କେହି ପୁରୁଣା ବର୍ଡର ଫିଲ୍ମ ସାଙ୍ଗେ ଏହାକୁ ତୁଳନା କରିବା ଆରମ୍ଭ କରିଦେଇଛନ୍ତି।ସନି ଦେଓଲଙ୍କ 1997 ମସିହାର ବ୍ଲକବଷ୍ଟର “ବର୍ଡର”ର ଏହି ସିକ୍ୱେଲକୁ ଭାରତ ଏବଂ ବିଦେଶରେ ଦର୍ଶକଙ୍କ ଠାରୁ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି। ସୋସିଆଲ ମିଡିଆରେ ଅନେକ ଲୋକ ଏହାକୁ ନେଇ ଭରପୁର ପ୍ରଶଂସା କରିବା ଆରମ୍ଭ କରିଦେଇଛନ୍ତି। ଏହା ତୃତୀୟ ଦିନରେ କୋଟି କୋଟି ଆୟ କରିପାରିଛି। ଫିଲ୍ମର ମୋଟ କଲେକ୍ସନ ଏବେ 121 କୋଟିରେ ପହଞ୍ଚିଛି। ଫିଲ୍ମଟି ତୃତୀୟ ଦିନରେ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛି।ବର୍ଡର 2 ମାତ୍ର ତିନି ଦିନରେ ସନ୍ନି ଦେଓଲଙ୍କ କ୍ୟାରିଅରର ଦ୍ୱିତୀୟ ସର୍ବାଧିକ ଆୟକାରୀ ହୋଇପାରିଛି। ଏହା ଜାଟ୍‌ର 90.34 କୋଟି ସଂଗ୍ରହ ଏବଂ ଗଦର ଏକ ପ୍ରେମ କଥାର 76.88 କୋଟି ସଂଗ୍ରହକୁ ପଛରେ ପକାଇ ଦେଇଛି। ସର୍ବାଧିକ ଟଙ୍କା ଆୟ କରିଛି।

Related Articles

Back to top button