
ଭୁବନେଶ୍ୱର ,ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ୁଥିବା କୋମଳମତି ଶିଶୁଙ୍କ ପାଇଁ, ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଅଙ୍ଗନବାଡ଼ି ପିଲାଙ୍କ ପୋଷାକ ପାଇଁ ପୂର୍ବ ଅପେକ୍ଷା ଅଧିକ ଅର୍ଥ ପ୍ରଦାନ କରାଯିବ। ଦୀର୍ଘ ଦିନରୁ ପୋଷାକର ସରକାରୀ ମୂଲ୍ୟ ବୃଦ୍ଧି ପାଇଁ ହେଉଥିବା ଦାବିକୁ, ବିଚାର କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ, ଶିକ୍ଷାର ମାନ ବୃଦ୍ଧି ସହ ପିଲାଙ୍କୁ କେନ୍ଦ୍ର ପ୍ରତି ଆକୃଷ୍ଟ କରିବା ପାଇଁ ୟୁନିଫର୍ମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ନୂତନ ମୂଲ୍ୟ ଧାର୍ଯ୍ୟ ହେବା ଫଳରେ ଏବେ ଶିଶୁମାନଙ୍କୁ ଦୁଇ ହଳ ନୂଆ ପୋଷାକ ଠିକ୍ ସମୟରେ ଏବଂ ଉଚିତ୍ ମାନର ଯୋଗାଇ ଦେବା ସହଜ ହେବ।ରାଜ୍ୟର ସମସ୍ତ ସରକାରୀ ଅଙ୍ଗନବାଡ଼ି କେନ୍ଦ୍ରରେ, ନାମ ଲେଖାଇଥିବା ପ୍ରାକ୍-ପ୍ରାଥମିକ ଶିଶୁମାନେ ଏହି ବର୍ଦ୍ଧିତ ମୂଲ୍ୟର ସୁବିଧା ପାଇବେ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଲକ୍ଷ ଲକ୍ଷ ପରିବାର ଉପକୃତ ହେବେ।ବର୍ତ୍ତମାନର ବଜାର ଦର ଏବଂ କପଡ଼ାର ମୂଲ୍ୟ ବୃଦ୍ଧି ଯୋଗୁଁ ପୂର୍ବରୁ ମିଳୁଥିବା ଅର୍ଥରେ ଭଲ ମାନର ପୋଷାକ ପ୍ରସ୍ତୁତ କରିବା ସମ୍ଭବ ହେଉନଥିଲା। ପିଲାମାନେ ଯେଭଳି ଉନ୍ନତ ମାନର ଏବଂ ଆରାମଦାୟକ ପୋଷାକ ପାଇପାରିବେ, ସେଥିପାଇଁ ସରକାରୀ ଅନୁଦାନ ରାଶିକୁ ବୃଦ୍ଧି କରାଯାଇଛି।




