Breaking NewsFeaturedରାଜନୀତି

ଶର୍ମିଳାଙ୍କ ହାତରେ ଆନ୍ଧ୍ର କଂଗ୍ରେସର କମାଣ! ଭାଇ ଜଗନ କରିବେ କଣ?

୨୦୨୪ ନିର୍ବାଚନରେ ଦକ୍ଷିଣ ରାଜ୍ୟ ଆନ୍ଧ୍ରପ୍ରଦେଶରେ ହେବ ଭାଇ ଭଉଣୀ ଲଢେଇ । ଏକଥା ଆମେ କହୁନୁ, ବରଂ ରଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ପରିସ୍ଥିତି ଏହି ଇସାରା କରୁଛି । ଆଜ୍ଞା ହଁ ଆନ୍ଧ୍ରପ୍ରଦେଶରେ ପୂର୍ବତନ ସିଏମ ୱାଇଏସ ରାଜଶେଖର ରେଡୀଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡୀ ଓ ଝିଅ ଶର୍ମିଳା ମୁହାଁମୁହିଁ ହେବାକୁ ଯାଉଥିବା ନଜର ଆସିଛି । କୁହାଯାଉଛି ତେଲଙ୍ଗାନାରେ ରାଜନୈତିକ ଦଳ ଗଢିଥିବା ଶର୍ମିଳାଙ୍କୁ ଜଗନଙ୍କ ବିରୋଧରେ ଲଢେଇ କରିବା ପାଇଁ ଆନ୍ଧ୍ର ଆଣିଛି କଂଗ୍ରେସ । ସେହିପରି ଆନ୍ଧ୍ର କଂଗ୍ରେସ ମୁଖିଆ ଜି. ରୁଦ୍ର ରାଜୁ ବି ତାଙ୍କ ପଦରୁ ଇସ୍ତଫା ଦେଇ ସାରିଛନ୍ତି ।

ତେଣୁ କୁହାଯାଉଛି ନିକଟରେ ହାତ ଧରିଥିବା ଶର୍ମିଳା ଆନ୍ଧ୍ରପ୍ରଦେଶ କଂଗ୍ରେସର ମୁଖିଆ ଗାଦିରେ ବସିବାକୁ ଯାଉଛନ୍ତି । ତେବେ ୪ ଜାନୁଆରିରେ ଶର୍ମିଳା ତାଙ୍କ ନିଜ ଦଳ ୱାଇଏସ ତେଲେଙ୍ଗାନାକୁ କଂଗ୍ରେସ ସହ ମର୍ଜ କରିଛନ୍ତି ଏବଂ ହାତ ଦଳରେ ସାମିଲ ହୋଇଛନ୍ତି । ଏହାପରେ ଚର୍ଚ୍ଚା ହେଉଥିଲା କି ଶର୍ମିଳାଙ୍କୁ ଏକ ବଡ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରେ କଂଗ୍ରେସ । ତେଣୁ ଏବେ ଯାହା ସୂଚନା ମିଳୁଛି କି କଂଗ୍ରେସ ତାଙ୍କୁୁ ପ୍ରଦେଶ ଅଧ୍ୟକ୍ଷ କରିବାକୁ ସ୍ଥିର କରିଛି । ଏବଂ ଶର୍ମିଳା ତାଙ୍କ ଭାଇ ଜଗନଙ୍କ ସହ ମୁକାବିଲା କରନ୍ତୁ ବୋଲି ଦଳ ଚାହୁଁଛି । ଏଭଳି ସ୍ଥିତିରେ ଯଦି ଶର୍ମିଳା ଆନ୍ଦ୍ରର କଂଗ୍ରେସ ମୁଖ୍ୟ ହୁଅନ୍ତି, ତେବେ ଆଗକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ଭାଇ ଭଉଣୀଙ୍କ ମଧ୍ୟରେ ସିଧାସଳଖ ଲଢେଇ ହେବ ବୋଲି କୁହାଯାଉଛି ।

ଏଠାରେ କହିରଖୁଛୁ ଯେ, ୨୦୧୧ରେ କଂଗ୍ରେସରୁ ଅଲଗା ହୋଇ ୱାଇଏସଆର ସିପି ବା ୱାଇଏସଆର କଂଗ୍ରେସ ପାର୍ଟି ଗଢିଥିଲେ ଜଗନ ମୋହନ ରେଡୀ । ଏମିତି ବି କୁହାଯାଏ କି ରାଜଶେଖର ରେଡୀଙ୍କ ମୃତୁ୍ୟ ପରେ ଭାଇ ଭଉଣୀଙ୍କ ମଧ୍ୟରେ କୌଣସି କଥାରେ ପ୍ରକାଶ ପାଇନି ସହମତି । ଫଳରେ ଅନେକ ସମୟରେ ମଦଭେଦ ଦେଖାଦେଇଛି । କିନ୍ତୁ ପରବର୍ତୀ ସମୟରେ ଚର୍ଚ୍ଚା ହେଉଥିଲା କି ଭଉଣୀ ଶର୍ମିଳାଙ୍କ ରାସ୍ତାରେ ଯାଇପାରନ୍ତି ଜଗନ । ଅର୍ଥାତ କଂଗ୍ରେସ ଆଡକୁ ଢଳିପାରନ୍ତି ଆନ୍ଧ୍ର ସିଏମ । କାରଣ କଂଗ୍ରେସ ସହ ରହିଛି ପରିବାରର ପୁରୁଣା ସଂପର୍କ । ତେବେ ସେ ଯାହା ହେଉ ଆଗକୁ ଆନ୍ଧ୍ରର ପାଣିପାଗ କିଭଳି ରହୁଛି, ତା ଉପରେ ରହିଛି ସମସ୍ତଙ୍କ ନଜର ।

Related Articles

Back to top button
WP Twitter Auto Publish Powered By : XYZScripts.com