ଅନ୍ତର୍ଜାତୀୟବାଣିଜ୍ୟ
ଗ୍ରାହକମାନଙ୍କୁ ଆଶ୍ୱସ୍ତ କରିଛି ସୁନା, ରୁପା ଦର।

ଭୁବନେଶ୍ୱର ,ଆଜି ସୁନା, ରୁପା ଦରରେ ହ୍ରାସ ଘଟିଛି। ରେକର୍ଡ ସ୍ତରରେ ପହଞ୍ଚିବା ପରେ ସୁନା ଓ ରୁପା ଦର ଲଗାତାର ହ୍ରାସ ପାଉଥିବାରୁ ଏହା ଗ୍ରାହକମାନଙ୍କୁ କିଛିମାତ୍ରାରେ ଆଶ୍ୱସ୍ତ କରିଛି।
୨୪ କ୍ୟାରେଟ୍ ସୁନା ଦର,୧୪୨୦ ଟଙ୍କା ଖସିଛି। ଏହାପର ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୧ ହଜାର ୭୫୦ ଟଙ୍କାରେ ପହଞ୍ଚିଛି।ସେହିପରି ୨୨ କ୍ୟାରେଟ୍ ସୁନା ୧୩୦୦ ଟଙ୍କା ହ୍ରାସ ପାଇଛି।
୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ୧ ଲକ୍ଷ ୩୯ ହଜାର ୧୦୦ ଟଙ୍କା ହୋଇଛି। ଏହାସହ ରୁପା କେଜି ପିଛା ୨୦ ହଜାର ହ୍ରାସ ପାଇ ଏବେ ୨ ଲକ୍ଷ ୮୦ ହଜାର ଟଙ୍କାରେ କାରବାର କରୁଛି।
ଦେଶରେ ସୁନା ଓ ରୁପା ଦର ଲଗାତାର କମିବାରେ ଲାଗିଛି।
ଯେଉଁଭଳି ଭାବରେ ହୁ ହୁ ହୋଇ ଦର ବୃଦ୍ଧି ପାଉଥିଲା ଠିକ୍ ସେହିପରି ଏବେ ୨ ରୁ ୩ ଦିନ ହେବ ଲଗାତାର ଦର ଖସୁଛି।




