ଅନ୍ତର୍ଜାତୀୟଅପରାଧ

ସାଇବର ସୁରକ୍ଷା ନିହାତି ଦରକାର

 ଭୁବନେଶ୍ୱର ,ସାଇବର ଅପରାଧ ଏବେ, ଦେଶର ସୁରକ୍ଷା ବାବଦରେ ,ମଧ୍ୟ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି। ଆମ ଦେଶ ସହ ଜଡିତ ଅନେକ ତଥ୍ଯ, ମୋଟ ରକମର ଟଙ୍କାରେ ଶତ୍ରୁ ରାଷ୍ଟ୍ରକୁ ପଠାଯାଉଛି।ଡାଟା ମୁତାବକ ପ୍ରତି ଘଣ୍ଟାରେ 100 ଜଣ ଲୋକ ସାଇବର ଅପରାଧିର, ଶିକାର ହେଉଛନ୍ତି। ଡିଜିଟାଲ କାରବାର ସହ ଠକେଇ ମଧ୍ୟ ବୃଦ୍ଧି ପାଇଛି।ଦେଶର ଅନେକ ତଥ୍ଯ ଡିଜିଟାଲ ଦୁନିଆରେ ଚୋରି କରି ପାକ୍ ଭଳି କିଛି ଶତ୍ରୁ ରାଷ୍ଟ୍ରକୁ ପଠାଉଛନ୍ତି ଦେଶଦ୍ରୋହୀ ସନ୍ଦିଗ୍ଧ।ଏଣୁ ଭାରତ ମଧ୍ୟ ଏହି ବର୍ଦ୍ଧିତ ଡିଜିଟାଲ କାରବାର ମଧ୍ୟରେ ଦେଶର ସୁରକ୍ଷା ପାଇଁ, ଚିନ୍ତିତ ରହିଛି। ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ CBI ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଯୋଗଦାନ କରିଛନ୍ତି। ଏଠାରେ ସେ ସାଇବର ଠକେଇକୁ ରୋକିବା ପାଇଁ ଦେଶ କିପରି ପ୍ରସ୍ତୁତ ହେଉଛି ସେ ବିଷୟରେ କହିଛନ୍ତି।ଅମିତ ଶାହ କହିଛନ୍ତି, “ଆଜି, ମୁଁ 5 ବର୍ଷ ପରେ ସମୟକୁ ଦେଖୁଛି। ଯଦି ଆମେ ଆବଶ୍ୟକ ପଦକ୍ଷେପ ନ ନେଉ, ତେବେ ସାଇବର ଅପରାଧ କେବଳ ଠକେଇ ହେବ ନାହିଁ ବରଂ ଏକ ସଙ୍କଟରେ ପରିଣତ ହେବ। ଗତ ୧୧ ବର୍ଷ ମଧ୍ୟରେ  ଆମର ଡିଜିଟାଲ୍ ଯାତ୍ରାରେ ସାଇବର ସୁରକ୍ଷା ସବୁଠାରୁ ଗୁରୁତ୍ବପୂର୍ଣ୍ଣ।କେନ୍ଦ୍ରୀୟ ଗୃହମନ୍ତ୍ରୀ କହିଛନ୍ତି ଯେ ମୂଳତଃ, ୨୫,୦୦୦ ଉପଭୋକ୍ତା ଥିଲେ, କିନ୍ତୁ ଏବେ ସେମାନେ ୧ ବିଲିୟନ ଅତିକ୍ରମ କରିଛନ୍ତି।“୧ ଜିବି ଡାଟାର ହାର ୯୭ ପ୍ରତିଶତ ହ୍ରାସ ପାଇଛି। ବିଶ୍ୱରେ ପ୍ରତି ସେକେଣ୍ଡରେ ଏବେ ଡିଜିଟାଲ୍ କାରବାର କରାଯାଉଛି। ଏଣୁ ସେହି ଭାବରେ ସୁରକ୍ଷାକୁ ମଧ୍ୟ କଡାକଡି କରିବା ପାଇଁ ପଡିବ।

Related Articles

Back to top button