ଓଡ଼ିଶାବିଜ୍ଞାନ ଓ ପ୍ରଯୁକ୍ତିମନୋରଞ୍ଜନ

ଏନ ଆଇ ସି, ଓଡିଶା ଦ୍ଵାରା ସାରା ରାଜ୍ୟରେ ସୁରକ୍ଷିତ ଇନ୍ଟରନେଟ ଦିବସ ପାଳିତ

ଭୁବନେଶ୍ୱର,୧୦/୦୨/୨୦୨୬ : ସୁରକ୍ଷିତ ଇନ୍ଟରନେଟ ଦିବସ ୨୦୨୬ ଉପଲକ୍ଷେ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନଆଇସି), ଓଡ଼ିଶା ଦ୍ୱାରା ସମଗ୍ର ରାଜ୍ୟରେ ବିଭିନ୍ନ ସଚେତନତା କାର୍ଯ୍ୟଶାଳା ଓ ସେମିନାର୍‌ର ଆୟୋଜନ କରାଯାଇଥିଲା। ପ୍ରତିବର୍ଷ ଫେବୃଆରୀ ମାସର ଦ୍ୱିତୀୟ ମଙ୍ଗଳବାର ସାରା ବିଶ୍ୱରେ ପାଳିତ ହେଉଥିବା ସୁରକ୍ଷିତ ଇନ୍ଟରନେଟ ଦିବସର ଉଦ୍ଦେଶ୍ୟ ହେଉଛି ଏକ ସୁରକ୍ଷିତ ଓ ଦାୟିତ୍ୱଶୀଳ ଡିଜିଟାଲ୍ ପରିବେଶ ଗଢ଼ି ତୋଳିବା।

ଏହି ବର୍ଷର ବିଷୟବସ୍ତୁ ରହିଥିଲା “ସ୍ମାର୍ଟ ଟେକ୍, ସୁରକ୍ଷିତ ପସନ୍ଦ : ଏଆଇର ସୁରକ୍ଷିତ ଓ ଦାୟିତ୍ୱଶୀଳ ବ୍ୟବହାରର ଅନୁସନ୍ଧାନ” I ଏହା ର ଉଦ୍ଦେଶ୍ୟ ଡିଜିଟାଲ୍ ନାଗରିକ, ବିଶେଷକରି କିଶୋର ଓ ଯୁବପିଢ଼ିଙ୍କ ମଧ୍ୟରେ ଏକ ସମାବେଶୀ, ସୁଦୃଢ଼ ଓ ସୁରକ୍ଷିତ ସାଇବର୍ ବିଶ୍ୱ ଗଠନ ପାଇଁ ସଚେତନତା ସୃଷ୍ଟି କରିବା । ଅନଲାଇନ୍ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି କରିବାଠାରୁ ଆରମ୍ଭ କରି ଅନଲାଇନ୍ ରିପୋର୍ଟ କରିବା ପାଇଁ ବ୍ୟକ୍ତିମାନଙ୍କୁ ସଶକ୍ତ କରିବା ପର୍ଯ୍ୟନ୍ତ, ସୁରକ୍ଷିତ ଇନ୍ଟରନେଟ ଦିବସ ଶିକ୍ଷା ଓ ପ୍ରେରଣା ଦେବାକୁ ଲକ୍ଷ୍ୟ ରଖିଛି। ଏହି ଅବସରରେ ବିଭିନ୍ନ ସଂସ୍ଥା, ବିଦ୍ୟାଳୟ ଓ ସମୁଦାୟ ଦ୍ୱାରା ସାଇବର୍ ସୁରକ୍ଷା ପ୍ରଚାର ପାଇଁ ନାନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ସମସ୍ତଙ୍କ ପାଇଁ ଉପକାରୀ, ସକାରାତ୍ମକ ଓ ସୁରକ୍ଷିତ ଇଣ୍ଟରନେଟ୍ ଗଢ଼ିବାରେ ଏକ ଆହ୍ୱାନ ରୂପେ କାମ କରେ।

ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ଓଡ଼ିଶା ଏନଆଇସି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୩୭ଟି ସଚେତନତା କାର୍ଯ୍ୟଶାଳା, ସେମିନାର୍ ଓ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରାୟ ୫,୦୦୦ ପ୍ରତିଭାଗୀ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ସମୟରେ ପ୍ରତିଭାଗୀମାନେ ଏଆଇର ସୁରକ୍ଷିତ ଓ ଦାୟିତ୍ୱଶୀଳ ବ୍ୟବହାର ପାଇଁ ଶପଥ ଗ୍ରହଣ କରିଥିଲେ।

ଏହି ପରିପ୍ରେକ୍ଷିରେ ଭୁବନେଶ୍ୱରସ୍ଥିତ ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି ଓ କୃପାଜଲ ଇଞ୍ଜିନିୟରିଂ କଲେଜ୍‌ରେ ଦୁଇଟି ସଚେତନତା କାର୍ଯ୍ୟଶାଳା ଆୟୋଜିତ ହୋଇଥିଲା। ଏଥିରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ସୁରକ୍ଷିତ ବ୍ୟବହାର, ଅନଲାଇନ୍ ଆର୍ଥିକ ଠକେଇ, ରାନ୍ସମୱେୟାର୍ ଆକ୍ରମଣ, ସାଇବର୍ ଆତଙ୍କବାଦ, ଶିଶୁ ଅଶ୍ଳୀଳତା ଓ ଅନଲାଇନ୍ ଯୌନ ଶୋଷଣ, ଡିଜିଟାଲ୍ ଗିରଫ, ପରିଚୟ ଚୋରି ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ପ୍ରୟାସମାନଙ୍କ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଏଆଇ, ଇଣ୍ଟରନେଟ୍ ଓ ଡିଜିଟାଲ୍ ପରିବେଶର ସୁରକ୍ଷିତ ଓ ଦାୟିତ୍ୱଶୀଳ ବ୍ୟବହାର ସହିତ ବିଭିନ୍ନ ପ୍ରକାର ଅନଲାଇନ୍ ଠକେଇରୁ ସୁରକ୍ଷା ପାଇଁ ସଚେତନ କରାଯାଇଥିଲା। ଏହି କାର୍ଯକ୍ରମ କୁ ବରିଷ୍ଠ ବୈଜ୍ଞାନିକ ଶ୍ରୀ ଜୟନ୍ତ କୁମାର ମିଶ୍ର, ଶ୍ରୀମତୀ ସୁଜାତା ଦାସ, ଶ୍ରୀ ନୀଳାଦ୍ରୀ ବିହାରୀ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ରାଜ୍ୟ ସୂଚନା ବିଜ୍ଞାନ ପଦାଧିକାରୀ ଡା। ଅଶୋକ କୁମାର ହୋତା ସମସ୍ତଙ୍କର ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।

Related Articles

Back to top button