ଅନ୍ତର୍ଜାତୀୟକ୍ରୀଡ଼ାଜାତୀୟମନୋରଞ୍ଜନ

ଆଫଗାନିସ୍ତାନ ଠାରୁ ସୁପର ଓଭରରେ ଜିତିଲା ଦକ୍ଷିଣ ଆଫ୍ରିକା

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ ;  T-୨୦ ବିଶ୍ୱକପରେ ବୁଧବାର ଏକ ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିଛି । ଯଦିଓ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି ତଥାପି, ଏହି ବିଜୟ ପାଇଁ ଦଳକୁ ନାକେଦମ୍ ହେବାକୁ ପଡିଛି । ବଡ଼ ସ୍କୋର କରିଥିଲେ ବି ମ୍ୟାଚ ଜିତିବାକୁ ସୁପର ଓଭର ଖେଳିବାକୁ ପଡିଛି ଦକ୍ଷିଣ ଆଫ୍ରିକାକୁ ।

ଅହମ୍ମଦାବାଦରେ ଅନୁଷ୍ଠିତ ଏହି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ବୋଲିଂ ନିଷ୍ପତି ନେଇଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୦ ଓଭରରେ ୬ ୱିକେଟ ହରାଇ  ୧୮୭ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ରାୟାନ ରିକେଲଟନ୍ ୨୮ ଟି ବଲରେ ୬୧ ଏବଂ କ୍ୱିଣ୍ଟନ୍ ଡି କକ୍  ୪୧ଟି ବଲରେ ୫୯ ସଂଗ୍ରହ କରିଥିଲେ । ଆଫଗାନିସ୍ତାନକୁ ବିଜୟ ଲକ୍ଷ୍ୟ ରହିଥିଲା ୧୮୭ ରନ। ଜବାବରେ ୧୯.୫ ଓଭରରେ ୧୮୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା ଆଫଗାନିସ୍ତାନ । ଯାହା ଫଳରେ ମ୍ୟାଚ ଟି ଡ୍ର ହୋଇଥିଲା । ଦଳ ପକ୍ଷରୁ ରହମାନୁଲ୍ଲା ଗୁରବାଜ ୪୨ଟି ବଲରେ ୮୪ ରନ୍ କରି ସର୍ବାଧିକ ସ୍କୋରର ରହିଥିଲେ ।

ଡ୍ର ହେବା କାରଣରୁ ସୁପର ଓଭର ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ୧୮ ରନ୍ କରିଥିଲା ଆଫଗାନିସ୍ତାନ।  ନିୟମିତ ମ୍ୟାଚରେ ତିନୋଟି ୱିକେଟ ନେଇଥିବା ଦକ୍ଷିଣ ଆଫ୍ରିକାର ଲୁଙ୍ଗି ଏନଗିଡି ପ୍ରଥମ ସୁପର ଓଭରରେ ୧୭ ରନ୍ ଦେଇଥିଲେ।  ଆଫଗାନିସ୍ତାନର ଆଜମାତୁଲ୍ଲା ଓମାରଜାଇ ଦୁଇଟି ଛକା ଏବଂ ଗୋଟିଏ ଚୌକା ମାରିଥିଲେ । ୧୯ ରନର ବିଜୟଲକ୍ଷ୍ୟ ନେଇ ଆସିଥିବା ଦକ୍ଷିଣ ଆଫ୍ରିକାର ଓପନର ଷ୍ଟବ୍ସ ଏବଂ ଡେଭିଡ୍ ମିଲର ତିନୋଟି ଛକା ସହ ୨୪ ରନ କରି ଦଳକୁ ବିଜୟୀ କରାଇଛନ୍ତି । ଏଥିସହିତ ଆଫଗାନିସ୍ତାନକୁ ଦୁର୍ବଳ ଭାବୁଥିବା ଦେଶ ଗୁଡ଼ିକ ପାଇଁ ଏହି ମ୍ୟାଚ ସତର୍କ ଘଣ୍ଟି ସଦୃଶ ହୋଇଛି।

Related Articles

Back to top button