ଓଡ଼ିଶାଜାତୀୟରାଜନୀତି

ଭାରତ ବନ୍ଦରେ ସାମିଲ ୩୦ କୋଟି ଲୋକ !

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ନୂଆ ଶ୍ରମ କୋଡ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତାତିଛନ୍ତି ବିଭିନ୍ନ ଶ୍ରମିକ ସଙ୍ଗଠନ । ୨୧ ନଭେମ୍ବର ୨୦୨୫ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରି ଆସୁଛନ୍ତି ବିଭିନ୍ନ ଶ୍ରମିକ ସଙ୍ଗଠନ । ସରକାରଙ୍କ “ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍”କୁ ଆଗକୁ ବଢ଼ାଇବା ପାଇଁ ଶ୍ରମିକଙ୍କ ରକ୍ତ ଶୋଷଣ କରି କର୍ପୋରେଟ୍ ଓ ମାଲିକମାନଙ୍କୁ ଅତ୍ୟଧିକ ଲାଭ ଦେବା ଏହାର ଲକ୍ଷ୍ୟ  ବୋଲି ଅଭିଯୋଗ କରି ଆସୁଛନ୍ତି ।

ତେଣୁ ଏହି ଶ୍ରମ କୋଡର ୪ଟି ନିୟମକୁ ବଦଳାଇବାକୁ ଦେଶବ୍ୟାପି ଧର୍ମଘଟ ଡାକରା ଦେଇଛନ୍ତି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚ । ଏଥିସହିତ ଓଡ଼ିଶାରେ ଚାଲିଥିବା ବିଜୁଳି ବିଲ୍, ଧାନ କଟନି ଛଟନି, ମନରେଗା ଏବଂ ବଜାର ଦର ବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ ରାଜ୍ୟରେ ବିକ୍ଷୋଭ ଚାଲିଛି । କଂଗ୍ରେସ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିବାବେଳେ ବି.ଜେ.ଡି.ର ବିଜୁ ଶ୍ରମିକ ସାମ୍ମୁଖ୍ୟ ଏବଂ ବିଭିନ୍ନ ବାମ ପନ୍ଥୀ ଦଳ ମଧ୍ୟ ସମର୍ଥନ ଜଣାଇଛି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଧର୍ମଘଟ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ମୋଟ୍ ୩୦ କୋଟି ଲୋକ ଏହି ଧର୍ମଘଟରେ ସାମିଲ ହୋଇଥିବା କୁହାଯାଉଛି ।

Related Articles

Back to top button