ଓଡ଼ିଶା

ନବୀନଙ୍କୁ ମୋଦୀଙ୍କ ପ୍ରଶଂସା ପରେ ଦ୍ୱନ୍ଦ୍ୱରେ ରାଜ୍ୟ ବିଜେପି : ବିଜେଡି ସରକାରଙ୍କ କେଉଁ ଦୁର୍ବଳତା କଥା କହି ଜନମତକୁ କରିବେ ପ୍ରଭାବିତ

ଭୁବନେଶ୍ୱର () ପଂଚାୟତ ଭୋଟ୍ ପଡିବା ପୂର୍ବରୁ ସଂସଦରେ ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ରାଜ୍ୟ ବିଜେପିକୁ ଅଡୁଆରେ ପକାଇଛି । କାରଣ ଦୁଇ ଦଳ ତୃଣମୁଳ ସ୍ତରରେ ସବୁଠାରୁ ବଡ ଲଢେଇ କରୁଛନ୍ତି । ଗାଁ ଗହଳିରେ ଏହାର ପ୍ରଭାବ କଣ ରହିବ, ତାକୁ ନେଇ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି ରାଜ୍ୟ ବିଜେପିର ଛାମୁଆଁ ନେତା ।
୨୦୧୭ ପରଠାରୁ ବିଜେପି ଓ ବିଜେଡି ମଧ୍ୟରେ ସିଧା କ୍ଷମତାକୁ ନେଇ ଲଢେଇ ଚାଲିଛି । ୨୦୧୯ ସାଧାରଣ ନିର୍ବାଚନ, ଉପ-ନିର୍ବାଚନ, ୨୦୨୨ର ପଂଚାୟତ ନିର୍ବାଚନ । ସବୁଠି ଦୁଇ ଦଳ ମଧ୍ୟରେ ତିକ୍ତତା ଚରମ ସୀମାରେ । ହେଲେ ଚଳିତଥର ଏହାର ବ୍ୟତିକ୍ରମ ବେଶ ବାରି ହେଉଥିବା ବେଳେ, ମୋଦିଙ୍କ ବୟାନ ବିଜେପିକୁ ଦ୍ୱନ୍ଦ୍ୱ ଭିତରକୁ ଠେଲି ଦେଇଛି । ଭୋଟରଙ୍କ ଉପରେ ମମିତା ମେହେରଠାରୁ ଆରମ୍ଭ କରି ଆବାସ ଦୁର୍ନୀତି ଯାଏଁ ପ୍ରସଙ୍ଗର କଣ ପ୍ରଭାବ ରହିବ ତାକୁ ନେଇ ସନ୍ଦେହ ଉପୁଜିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com