ଜାତୀୟ

ଦଶମ/ଦ୍ୱାଦଶ ପରୀକ୍ଷା ବାତିଲ ପିଟିସନ୍ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ() ଦେଶରେ କରୋନା ମହାମାରୀ ପୂର୍ବ ଅପେକ୍ଷା ଏବେ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦଶମ/ଦ୍ୱାଦଶ ବୋର୍ଡ ଅଫଲାଇନ୍ ପରୀକ୍ଷା ବାତିଲ ପିଟିସନ୍ ଖାରଜ ହୋଇଛି । ପରୀକ୍ଷା ବାତିଲ ପିଟିସନ୍ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏପରି ପିଟିସନ୍ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରୁଛି କହି ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଷ୍ଟେଟବୋର୍ଡ, ସିବିଏସଇ, ଆଇସିଏସଇ, ଏନଆଇଓଏସ ପରୀକ୍ଷା ବାତିଲ ପିଟିସନ ହୋଇଥିଲା ।

ତେବେ ଆଜି ଦେଶରେ ୧୬,୫୫୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୨୭୮ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୧୨ ହଜାର ୬୨୨କୁ ବୃଦ୍ଧି ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com