ଜାତୀୟ

‘ମନ କି ବାତ୍’ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କଥା ବଖାଣିଲେ ମୋଦୀ

ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦବୋଧନ । ୯୦ ତମ ମନ କୀ ବାତ ସଂସ୍କରଣରେ ଦେଶରେ ଲାଗୁ ହୋଇଥିବା ଜୁରୁରୀକାଳୀନ ସ୍ଥତି କଥା ଉଠାଇଲେ ମୋଦି । କହିଲେ, ଜୁରୁରୀକାଳୀନ ପରିସ୍ଥିତିରେ ବ୍ୟକ୍ତିର ସବୁ ଅଧିକାର କ୍ଷୁର୍ଣ୍ଣ ହୋଇଥାଏ । ଜରୁରୀକାଳୀନ ପରିସ୍ଥିତି ପରେ ବି ଦେଶର ଜନସାଧାରଣ ଗଣତନ୍ତ୍ର ଉପରେ ଅସ୍ଥା ହରାଇ ନଥିଲେ । ଭାରତର ନାଗରିକ ଗଣତାନ୍ତ୍ରିକ ଉପାୟରେ ଜୁରୁରୀକାଳୀନ ପରିସ୍ଥିତିକୁ ହଟାଇ ଗଣତନ୍ତ୍ରର ପ୍ରତିଷ୍ଠା କରିଥିଲେ । ମୋଦି ସେ ସମୟର କଥାକୁ ମନେ ପକାଇ କହିଛନ୍ତି, ମୋର ମନେଅଛି ପ୍ରତିଷ୍ଠିତ କଣ୍ଠଶିଳ୍ପୀ କିଶୋର କୁମାର ସରକାରଙ୍କର ପ୍ରଶଂସା କରିବାକୁ ମନା କରିବାରୁୁ ତାଙ୍କୁ ରେଡିଓ କାର୍ଯ୍ୟକ୍ରମରୁ ବ୍ୟାନ କରାଯାଇଥିଲା । ହଜାର ହଜାର ଲୋକଙ୍କ ଗିରଫ ହୋଇଥିଲେ କିନ୍ତୁ ଲୋକଙ୍କ ଗଣତନ୍ତ୍ର ପ୍ରତି ବିଶ୍ୱାସ ଭାଙ୍ଗିନଥିଲା । ଆମେ ଆଜାଦୀ କା ଅମ୍ରିିତ ମହୋତ୍ସବ ପାଳନ ସମୟରେ ଏହି ଜୁରୁରୀକାଳୀନ ସମୟକୁ ଭୁଲିଭା ଠିକ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ତାଙ୍କର କାର୍ଯ୍ୟକ୍ରମର ଆରମ୍ଭରୁ ଭାରତ ଇତିହାର କଳା ଅଧ୍ୟାୟ, ୧୯୭୫ରେ ଲାଗୁ ହୋଇଥିବା ଜରୁରୀକାଳୀନ ସ୍ଥିତି କଥା ଉଠାଇଥିଲେ । ଏଥିସହ ମୋଦୀ ସ୍ପେଷ କ୍ଷେତ୍ରରେ ବିକାଶ କଥା ଉଠାଇଥିଲେ । ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ପ୍ରସଂଶା କରିଥିଲେ । ନିକଟରେ ନୀରଜ ଫିନଲାଣ୍ଡରେ ଚାଲିଥିବା ଏକ ପ୍ରତିଯୋଗୀତାର ରୌପ୍ୟ ପଦକ ହାସଲ କରିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କଥା ବଖାଣିଛନ୍ତି ମୋଦୀ ।କହଛନ୍ତି ରଥଯାତ୍ରା ସମୟରେ ପ୍ରତ୍ୟେକ ଲୋକ ମନରେ ପୁରୀ ଯିବାର ଇଛା ଥାଏ । ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସତ୍ୱେ ଅନ୍ୟ ରାଜ୍ୟରେ ଧୁମଧାମରେ ରଥଯାତ୍ରା ପାଳନ କରାଯାଉଥିବା କହିଛନ୍ତି ମୋଦୀ ।

Related Articles

Back to top button
WP Twitter Auto Publish Powered By : XYZScripts.com