ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ଫ୍ରାନ୍ସରୁ ଆଉ ୧୧୪ଟି ରାଫେଲ କିଣିବ ଭାରତ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ବଢିବ ବାୟୁସେନାର ଶକ୍ତି । ଆହୁରି ଅଧିକ ଶକ୍ତିଶାଳୀ ହେବ ଭାରତର ପ୍ରତିରକ୍ଷା ବ୍ୟବସ୍ଥା । ଏବେ ଏକ ସମୟରେ ଦୁଇ ଶତ୍ରୁ ଦେଶ ବିପକ୍ଷରେ ଲଢିପାରିବ ଭାରତ । କାରଣ ଫ୍ରାନ୍ସରୁ ଆଉ ୧୧୪ଟି ରାଫେଲ୍ କିଣିବାକୁ ଅନୁମତି ପ୍ରଦାନ କରିଛନ୍ତି ସରକାର।  ପ୍ରତିରକ୍ଷା ବିଭାଗର ଉଚ୍ଚସ୍ତରୀୟ କମିଟି “ଡିଫେନ୍ସ ଆକ୍ୟୁଜେସନ କାଉନସିଲ” ଏନେଇ ସବୁଜ ସଙ୍କେତ ଦେଇଛି ।

ଭାରତୀୟ ବାୟୁ ସେନା ପାଇଁ ସ୍ୱୀକୃତି ସଂଖ୍ୟା ୪୨ ଥିବାବେଳେ ବର୍ତ୍ତମାନ କେବଳ ୩୦ ଯୁଦ୍ଧ ବିମାନର ସ୍କ୍ୱାଡ୍ରନ୍ ରହିଛି । ପାକିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନ ଓ ଚୀନ ମଧ୍ୟରେ ବଢୁଥିବା ସୁସମ୍ପର୍କ ଭାରତ ପ୍ରତି ବିପଦ ଆଶଙ୍କାକୁ ଅଧିକ କରିଛି । ତେଣୁ ପ୍ରତିରକ୍ଷାକୁ ଅଧିକ ସୁଦୃଢ଼ କରିବାରେ ଲାଗିପଡିଛି ଭାରତ । ଡିଲ୍ ଅନୁସାରେ କ୍ରୟ ହେବାକୁ ଥିବା ୧୧୪ ରାଫେଲ୍ ଯୁଦ୍ଧ ବିମାନ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ନିର୍ମାଣ ଭାରତରେ ହୋଇପାରେ ।

ସେପଟେ ପ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଫେବୃଆରୀ ୧୭ରୁ ୧୯ ଯାଏ ସରକାରୀ ଗସ୍ତରେ ଭାରତ ଆସି ଏଆଇ ଇମ୍ପାକ୍ଟ ସମିଟରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଓ ଇମାନୁଏଲ୍ ମାକ୍ରୋନଙ୍କ ମଧ୍ୟରେ ରାଫେଲ୍ ପ୍ରସଙ୍ଗରେ ପ୍ରାରମ୍ଭିକ ଆଲୋଚନା ହୋଇପାରେ ।

Related Articles

Back to top button