ଅନ୍ୟାନ୍ୟଜାତୀୟ

ଆପଣ ଅନଲାଇନରେ ମଧ୍ୟ ଆବେଦନ କରିପାରିବେ

 ଭୁବନେଶ୍ୱର ,ଆପଣ ଲକ୍ଷ୍ୟ କରିଥିବେ ଯେ ରାସ୍ତାରେ ଯାଉଥିବା BH ନମ୍ବର ପ୍ଲେଟ ଥିବା ଯାନଗୁଡ଼ିକର ଆରମ୍ଭରେ, ଦୁଇଟି ଅଙ୍କ ଥାଏ। ଏହା ପରେ BH, ଏକ ଚାରି ଅଙ୍କ ବିଶିଷ୍ଟ ସଂଖ୍ୟା, ଏବଂ ତା’ପରେ ଦୁଇଟି ବର୍ଣ୍ଣମାଳା….ଗାଡି କିଣିବା ପରେ ପ୍ରଥମେ ଗାଡିକୁ ପଞ୍ଜିକୃତ କରି ଏକ ନମ୍ବର ପ୍ଲେଟ ଅଣାଯାଏ। ଏହି ନମ୍ବର ପ୍ଲେଟ ଗୁଡିକ ଭିତରେ BH ନମ୍ବର ପ୍ଲେଟଗୁଡିକୁ ଅଧିକ ଉପଯୋଗୀ ବୋଲି ଅନେକ କହନ୍ତି। ଏଥିରେ BHର ଅର୍ତ ହେଉଛି ଭାରତ।ଏହି ନମ୍ବର ପ୍ଲେଟଗୁଡ଼ିକ ସ୍ୱତନ୍ତ୍ର ଭାବରେ ସରକାରୀ ଏବଂ ଉପ-ସରକାରୀ କର୍ମଚାରୀ, ସାମରିକ ସେବାରେ କାର୍ଯ୍ଯରତ ଲୋକ ଏହାଛଡା ଦୁଇରୁ ତିନୋଟି କିମ୍ବା ଏକାଧିକ ରାଜ୍ଯକୁ ଟ୍ରାଭେଲ କରୁଥାନ୍ତି ସେମାନେଙ୍କ ଯାନବାହନ ପାଇଁ ଜାରି କରାଯାଏ। ଏହି ପଞ୍ଜୀକରଣ ଦ୍ୱାରା ଯାନକୁ ସହଜରେ ଚିହ୍ନଟ କରାଯାଇପାରିଥାଏ।ଭାରତରେ, ଏକ ନୂତନ ରାଜ୍ୟକୁ ଯିବା ସମୟରେ ଯାନବାହାନ ପୁନଃପଞ୍ଜିକରଣ ଏକ ଅସୁବିଧା ହୋଇପାରେ। BH ସିରିଜ୍ ଯାନବାହାନ ପଞ୍ଜୀକରଣ ବ୍ୟବସ୍ଥାରେ ସମାନତା ଆଣିଥାଏ, ଯାହା ସାରା ଦେଶରେ ସୁଗମ ଯାନବାହାନ ସ୍ଥାନାନ୍ତରକୁ ସୁନିଶ୍ଚିତ କରିଥାଏ।BH ସିରିଜ୍ ନମ୍ବର ପାଇବା ପାଇଁ, ଯୋଗ୍ୟ ପ୍ରାର୍ଥୀମାନେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ପରିବହନ ପୋର୍ଟାଲରେ ଆବେଦନ କରିପାରିବେ।

Related Articles

Back to top button