ଓଡ଼ିଶାଦୁର୍ନୀତି

ବାଲେଶ୍ୱର ଏସିଡ୍ ମାଡ଼ ଘଟଣାରେ ଐତିହାସିକ ରାୟ: ମୁଖ୍ୟ ଅଭିଯୁକ୍ତ ଚନ୍ଦନ ରଣାକୁ ଫାଶୀ ଦଣ୍ଡ

ବାଲେଶ୍ୱର, ୧୩/୦୨/୨୦୨୬: ବାଲେଶ୍ୱରର ବହୁଚର୍ଚ୍ଚିତ ଏସିଡ୍ ମାଡ଼ ଓ ଯୁବତୀଙ୍କ ମୃତ୍ୟୁ ମାମଲାରେ ଆଜି ଏକ ବଡ଼ ରାୟ ଶୁଣାଇଛନ୍ତି କୋର୍ଟ। ମାନ୍ୟବର ବାଲେଶ୍ୱର ସ୍ପେଶାଲ କୋର୍ଟ (SC/ST) ଜଜ୍ ଅବଦୁଲ୍ ସମିମ୍ ଅଖତର ମୁଖ୍ୟ ଅଭିଯୁକ୍ତ ଚନ୍ଦନ ରଣାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ଐତିହାସିକ ରାୟ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ସହ ସମାଜରେ ଏକ ଶକ୍ତ ଚେତାବନୀ ଦେଇଛି।

୨୦୨୩ ମସିହା ଫେବୃଆରୀ ୨୦ ତାରିଖରେ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ରଣା ନିଜର ଦ୍ୱିତୀୟ ସ୍ତ୍ରୀ ବନିତା ସିଂଙ୍କ ଉପରକୁ ଏସିଡ୍ ମାଡ଼ କରି ଫେରାର ହୋଇଯାଇଥିଲା। ଏହି ଭୟଙ୍କର ଆକ୍ରମଣରେ ଗୁରୁତର ହୋଇ ବନିତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ବାଲେଶ୍ୱର ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ଅଭିଯୁକ୍ତ ଚନ୍ଦନକୁ ଧରିବା ପାଇଁ ପୋଲିସ କଲିକତା, ମହାରାଷ୍ଟ୍ର ଓ ତାମିଲନାଡୁ ପୋଲିସର ସହାୟତା ନେଇଥିଲା। ଶେଷରେ ସ୍ୱତନ୍ତ୍ର ଟିମ୍ ରାଜ୍ୟ ବାହାରୁ ଚନ୍ଦନକୁ ଗିରଫ କରିବାରେ ସଫଳ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୭ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Related Articles

Back to top button