
ଭୁବନେଶ୍ୱର , ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡାଙ୍କ ବଡ଼ ବୟାନ । କେଉଁ ଭଳି ନେତା ବିଜେଡିରୁ ରାଜ୍ୟସଭା ପ୍ରାର୍ଥୀ ହେଲେ, ଭଲ ହେବ କହିଲେ ଅଶୋକ । ରାଜ୍ୟସଭା ପ୍ରାର୍ଥୀ ନେଇ ପରୋକ୍ଷରେ, ପୁରୁଖା ନେତାଙ୍କୁ ଦେଲେ ସମର୍ଥନ ।
କେଉଁ ପାରାମିଟରରେ କିଏ ଆସୁଛି ସଭାପତି ଚିନ୍ତା କରୁଥିବେ ।
ଜାତୀୟ ସ୍ତରରେ ଆଞ୍ଚଳିକ ଦଳ ବି ପୁରୁଖା ନେତାଙ୍କୁ, ପ୍ରାଧାନ୍ୟ ଦିଅନ୍ତି । ଆମେ ବି ଦେଲେ ଭଲ ।
ଏହା କହିଛନ୍ତି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା । ସାଂଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ ଥିବା ନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଚାର କଲେ ଭଲ ହେବ । ସବୁଠୁ ବଡ଼ ହେଲା ଦଳ ଆଉ ଦଳ ସଭାପତି ।
ଏସବୁକୁ ସଭାପତି ବିଚାରକୁ ନେଲେ ଭଲ ହେବ ବୋଲି ସେ କହିଛନ୍ତି ।




