କେନ୍ଦୁଝରରେ ୨୮୭ କୋଟିର ପ୍ରକଳ୍ପ ଶିଳାନ୍ୟାସ କେଲେ ମୋହନ ମାଝୀ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ ଏବଂ ୧୮୭ କୋଟି ଟଙ୍କାର ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ଡାଟା ସେଣ୍ଟରର ଶିଳାନ୍ୟାସ କରିଛନ୍ତି ମୋହନ ମାଝୀ । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଦ୍ୱାରା OCAC ମାଧ୍ୟମରେ ବିପର୍ୟ୍ୟୟ ପୁନରୁଦ୍ଧାର କେନ୍ଦ୍ର ଭୁବନେଶ୍ୱରରେ ଥିବା ରାଜ୍ୟ ଡାଟା ସେଣ୍ଟରର ଏକ ବ୍ୟାକଅପ୍ ଭାବରେ କାର୍ଯ୍ୟ କରିବ । କେନ୍ଦୁଝର କମ୍ ଭୂମିକମ୍ପ-ବିପଦ ପ୍ରବଣ (ଜୋନ୍-2) ହୋଇଥିବା ଯୋଗୁଁ ଏଠାରେ ଏହି ପ୍ରକଳ୍ପ ସ୍ଥାପନ କରାଯାଇଛି ।
ସେହିପରି ଏହି ଟେକ୍ସଟାଇଲ୍ ପାର୍କରେ ୧, ୨୦୦ ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇବେ। ଆଧୁନିକ ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ ସହାୟତା ସହିତ ହିଣ୍ଡାଲକୋ ୭ ଏକର ଜମିରେ ଏକ ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏହି ୟୁନିଟ୍ ବାର୍ଷିକ ୨୪ ଲକ୍ଷ ପୋଷାକ ଉତ୍ପାଦନ କରିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ସାଂସଦ ଅନନ୍ତ ନାଏକ, ବିଧାୟକ ଅଖିଳ ନାଏକ, ଫକୀର ମୋହନ ନାଏକ, ଜିଲ୍ଲାପାଳ ବିଶାଳ ସିଂହ, OCAC C.E.O. ପ୍ରଦୀପ କୁମାର ରାଉତ, ହିଣ୍ଡାଲକୋ ସଭାପତି ଅର୍ଦ୍ଧେନ୍ଦୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।




