ଅନ୍ୟାନ୍ୟସ୍ୱାସ୍ଥ୍ୟ

ଅଟା ଚକଟାକୁ ଫ୍ରିଜ ଭିତରେ ରଖନ୍ତୁ ନାହିଁ।

ଭୁବନେଶ୍ୱର,ଫ୍ରିଜରେ ରଖାଯାଉଥିବା ଅଟା ଆପଣଙ୍କ ଶରୀର ପାଇଁ ବଡ଼ ଶତ୍ରୁ।ସମସ୍ତଙ୍କ ଘରେ ରୁଟି ତିଆରି ହେବା ପରେ ବଳକା ଅଟାକୁ ଫ୍ରିଜରେ ରଖି ଦିଆଯାଏ।ବିଶେଷଜ୍ଞଙ୍କ ଅନୁସାରେ ଅଟା ଯେତେବେଳେ ପାଣି ସଂସ୍ପର୍ଶରେ ଆସିଥାଏ, ତାହାକୁ ସେତେବେଳେ ହିଁ ବ୍ୟବହାର କରିନେବା ଉଚିତ। କାହିଁକି ନା ଅଟାରେ ଏଭଳି କିଛି ରାସାୟନିକ ପରିବର୍ତ୍ତନ ଆସିଥାଏ, ଯାହା ଶରୀର ପାଇଁ ବହୁତ ହାନିକାରକ। ବଳକା ଅଟା ଚକଟାକୁ ଆମେ ଫ୍ରିଜରେ ଷ୍ଟୋର କଲେ ଫ୍ରିଜର କ୍ଷତିକାରକ ଲାଇଟ୍ ତାହା ମଧ୍ୟକୁ ପ୍ରବେଶ କରିଥାଏ। ଆଉ ଯେବେ ଆମେ ସେହି ଅଟାକୁ ଆଣି ବ୍ୟବହାର କରୁ, ତାହା ରୋଗର କାରକ ହୋଇଥାଏ।ଶାସ୍ତ୍ରରେ ବି କୁହାଯାଇଛି ଯେ, ବାସୀ ଭୋଜନ ଭୂତଙ୍କ ଭୋଜନ। ଅନେକ ଲୋକ ଏହା କୁହନ୍ତି ଯେ, ଯଦି ଆମେ ବଳକା ଅଟା ଚକଟାକୁ ଫ୍ରିଜ ଭିତରେ ରଖିଦେଉ, ତା’ହେଲେ ତାହା ପିଣ୍ଡ ସମାନ ହୋଇଯାଏ। ଆଉ ସେତେବେଳେ ଭୂତ-ପ୍ରେତ ସେହି ପିଣ୍ଡକୁ ଭକ୍ଷଣ କରିବା ପାଇଁ ଘର ଭିତରକୁ ପ୍ରବେଶ କରିବା ଆରମ୍ଭ କରିଦିଅନ୍ତି। ଯେଉଁ ପରିବାରରେ ଏହି ପ୍ରକାରର ଅଭ୍ୟାସ ରହିଥାଏ, ସେମାନେ କିଛି ନା କିଛି ରୋଗ, ପୀଡ଼ା କିମ୍ବା ଆଳସର ବଶବର୍ତ୍ତୀ ହୋଇଥାଆନ୍ତି।ତେଣୁ , ଯେବେ ଆପଣଙ୍କର ଦରକାର, ସେତେବେଳେ ହିଁ ଅଟା ଦଳନ୍ତୁ ଏବଂ ଆବଶ୍ୟକ ଅନୁସାରେ ରୁଟି ବନାନ୍ତୁ।

Related Articles

Back to top button