Featuredଓଡ଼ିଶାରାଜନୀତି

ଗାଡ଼ି ଫିଟନେସ ନ ଥିଲେ ଆକ୍ସନ ନିଶ୍ଚୟ

ସାଂଘାତିକ ତଥ୍ୟ, ବିନା ଫିଟନେସରେ ଗଡୁଛି ବିଭିନ୍ନ ଶିକ୍ଷାନୁଷ୍ଠାନର ୧୧୭୧ ବସ୍

ଭୁବନେଶ୍ୱର,୧୯/୦୨/୨୦୨୬ : ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ପାଇଁ ସାଂଘାତିକ ସୂଚନା । ଯଦି ଏହି ସତ କଥା ଜାଣି ନାହାନ୍ତି, ତାହାଲେ ନିଶ୍ଚୟ ଅବଗତ ହୁଅନ୍ତୁ । ଆପଣ ନିଜ ଛୁଆକୁ ଯେଉଁ ସ୍କୁଲ ବା କଲେଜ ବସରେ ଛାଡୁଛନ୍ତି, ତାହାର ନାହିଁ ଫିଟନେସ୍ । ବିନା ଫିଟନେସରେ ରାସ୍ତାରେ ଅତି ବିପଦଜନକ ଅବସ୍ଥାରେ ଛାତ୍ରଛାତ୍ରୀଙ୍କ ଜୀବନ ନେଇ ଗଡୁଛି ବସ୍ । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ଏପରି ୧୧୭୧ ବସ୍‌ର ଫିଟନେସ ଜମାରୁ ନାହିଁ । କେବଳ ଭୁବନେଶ୍ୱରର ଏକାଧିକ ଶିକ୍ଷାନୁଷ୍ଠାନରେ ବିନା ଫିଟନେସରେ ଗଡୁଛି ୧୭ଟି ବସ୍ ।

ବିଧାନସଭାରେ ଉତ୍ତର ରଖି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ତୁରନ୍ତ ଏହି ବସର ଫିଟନେସ କରନ୍ତୁ, ନ ହେଲେ ବାତିଲ ହେବ ଆରସି ବା ରେଜିଷ୍ଟ୍ରେସନ୍ । ଯାତ୍ରୀବାହୀ ବସ୍, ସ୍କୁଲ କଲେଜ ବସ୍, ଯାହାର ଫିଟନେସ ନାହିଁ ଆକ୍ସନ ନିଆଯିବ । ଏବେ ଏଟିସି ବା ଅଟୋମେଟିକ ଟେଷ୍ଟିଙ୍ଗ ସେଣ୍ଟର ଜରିଆରେ ଫିଟନେସ ଦିଆଯିବ । କିଛି ଗାଡି ଉପରେ ଏବେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବାରମ୍ବାର ଅମାନିଆ ହେଲେ, ଆରସି ବାତିଲ ହେବ ବୋଲି ପରିବହନ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଏବେ ରାଜ୍ୟର ବିଭିନ୍ନ ସ୍କୁଲରେ ୪୦୪୫ଟି ବସ୍ ପିଲାମାନଙ୍କ ପରିବହନରେ ନିୟୋଜିତ ଅଛି ।

Related Articles

Back to top button