Featuredଜାତୀୟ

ସହିଦ ଭଗତ୍ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ ଏୟାରପୋର୍ଟ

ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ଆଜି ଏକ ବଡ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଚଣ୍ଡିଗଡ ଏୟାରପୋର୍ଟକୁ ସହିଦ ଭଗତ ସିଂଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି କି ବହୁଦିନ ଧରି ଏହାକୁ ଅପେକ୍ଷା କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କୁ ମନେ ପକାଇ କହିଛନ୍ତି କି ଆଜି ଦେଶର ସୁପୁତ୍ର ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନ । ସାରା ବିଶ୍ୱର ଯୁବକମାନେ ଦିନଦୟାଲଙ୍କୁ ଆଦର୍ଶକୁ ନେଇ ଗର୍ବ କରିଥାନ୍ତି । ତାଙ୍କୁ ମୌଳିକ ବିଚାର ଓ ଦର୍ଶନ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଏହାସହ ପ୍ରଧାନମନ୍ତ୍ରୀ ଆଜି ମନ କି ବାତରେ ଇଣ୍ଡିଆନ ସାଇନ୍ସ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ସେଣ୍ଟର କଥା ମଧ୍ୟ କହିଛନ୍ତି । ଯାହାକି ୨୦୧୫ ମସିହାରେ ସ୍ଥାପନା କରାଯାଇଥିଲା । ଅନ୍ୟପଟେ କିଛିଦିନ ତଳେ ନାମବ୍ୟାରୁ ଆସିଥିବା ଚିତାବାଘ କଥା ମଧ୍ୟ କହିଛନ୍ତି । ସେ କହିଥିଲେ କି ଭାରତକୁ ୮ ଟି ଚିତାବାଘ ଆସିବା ପରେ ଦେଶର ୧୩୦ କୋଟି ଲୋକ ଖୁସି ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com