Breaking NewsFeaturedଓଡ଼ିଶାମନୋରଞ୍ଜନ

ବାହା ହେଇ ନାମ ନେଲି : ଅନୁଭବ

ଓଲିଉଡ୍ର ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ମାମଲା । ତୁଟୁନି ଅଡୁଆ, ସାମ୍ନାକୁ ଆସୁଛି ଟୁଇଷ୍ଟ ପରେ ଟୁଇଷ୍ଟ । ହାପି ବିୟୁଟିଫୁଲ କପଲରୁ ଏବେ କପଲ ଇନ୍ କଣ୍ଟ୍ରୋଭସି । ପାରିବାରିକ କୋର୍ଟରୁ ଉଭୟଙ୍କୁ ମିଳିଛି ଝଟକା । ସୋମବାର ପୁଣି ଏହି ଷ୍ଟାର ଦମ୍ପତି ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ । ପାରିବାରିକ ହିଂସାର ଶିକାର ହୋଇଥିବା ଅଭିଯୋଗ ଆଣି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯେଉଁ ମକଦ୍ଦମା ଦାୟର କରିଥିଲେ । ତାର ଶୁଣାଣି କରିବା ଆଗରୁ ଏସଡିଜେଏମ କୋର୍ଟ ଉଭୟଙ୍କୁ କାଉନସେଲିଂ ପାଇଁ ସୋମବାର ଦିନ ଧାର୍ଯ୍ୟ କରିଥିଲେ । ଉଭୟଙ୍କୁ ଦୁଇଟି ପର୍ଯ୍ୟାୟରେ କାଉନସେଲିଂ କରାଯାଇଛି । କିନ୍ତୁ ଏହାର କଣ ନିର୍ଯ୍ୟାସ ବାହାରିଲା ତାହା କହିବା ମୁସକିଲ । ହେଲେ ଅନୁଭବ ଯେତେବେଳେ କୋର୍ଟରୁ ବାହାରିଥିଲେ ସେହି ସମୟରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉପରେ ଖୁବ ବର୍ଷିଥିଲେ । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ବର୍ଷା ଚାହୁଁନାହାନ୍ତି ଅଦାଲତି ମାମଲା ଶୀଘ୍ର ଶେଷ ହେଉ ।

ସେହିପରି ଏହା ପୂର୍ବରୁ କଟକ ପରିବାର ଅଦାଲତଙ୍କ ସଦ୍ୟ ନିଦେ୍ର୍ଦସନାମା କାହାରି ସପକ୍ଷରେ ଯାଇନାହିଁ । ପାରିବାରିକ ଅଦାଲତ ଉଭୟଙ୍କ ପିଟିସନକୁ ଖାରଜ କରିବା ପରେ ଉଭୟ ପତି ପତ୍ନୀଙ୍କୁ ଝଟକା ଲାଗିଛି । କାରଣ କୋର୍ଟଙ୍କ ରାୟରୁ ଯାହା ଜଣାପଡ଼ିଛି- ବର୍ଷା ଓ ଅନୁଭବ ଏକାଠି ରହିପାରିବେନି କି ଦୁହିଁଙ୍କ ଛାଡ଼ପତ୍ର ହୋଇପାରିବନି । ତେବେ ଏହି ଝଟକାର ପ୍ରଭାବ ବର୍ଷାଙ୍କ ଅପେକ୍ଷା ଅନୁଭଙ୍କୁ ଅଧିକ ଲାଗିଛି । ଅନୁଭବ ନିଜ ସୋସିଆଲ ମିଡିଆରେ କୋର୍ଟଙ୍କ ରାୟ ସମ୍ବଳିତ କପିର କିଛି ଅଂଶ ପୋଷ୍ଟ କରି ନିଜର ବ୍ୟକ୍ତିଗତ ଜୀବନର ବେଦନା ବଖାଣିଛନ୍ତି । ସେ ଲେଖିଚନ୍ତି ମୁଁ ଏକ ପାରମ୍ପାରିକ ହିନ୍ଦୁ ପରିବାରରୁ ଆସିଥିବାରୁ ମୁଁ ନିଜକୁ ଗର୍ବିତ ମନେ କରେ । ଆମେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ସମ୍ମାନ କରୁ । କିନ୍ତୁ ଅପୋଜିସନ ପାର୍ଟି ଏବଂ ମାନ୍ୟବର ପରିବାର କୋର୍ଟ ଉଦେ୍ଦଶ୍ୟମୂଳକ ଭାବରେ କହିଛନ୍ତି ଯେ, ମୁଁ କୁଆଡେ ନୁ୍ୟକ୍ଲିୟର ଫ୍ୟାମିଲିରୁ ଆସିଛି । ଏହା ସହ ସେ ବର୍ଷାଙ୍କ ନାମ ନ ନେଇ କହିଛନ୍ତି, ମହାନ ମହିଳା ଯିଏକି ସବୁବେଳେ ସତ କୁହନ୍ତି ଆଉ ଓଡିଆ ବୋହୁ କିମ୍ବା ଖାଣ୍ଟି ଓଡିଆଣି ହେବର ମିଛ ଅଭିନୟ କରି ବାହା ବାହା ନେବାର କୌଣସି ସୁଯୋଗକୁ ସେ ହାତଛଡା କରିନଥାନ୍ତି । ଏହା ସହ କୋର୍ଟଙ୍କ ରାୟକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅନୁଭବ । ହେଲେ ପାରିବାରିକ ଅଦାଲତଙ୍କ ରାୟରେ ବର୍ଷା କିନ୍ତୁ ଶେଆର୍ କରିଛନ୍ତି ଯେଉଁଥିରେ ସେ ଖୁସି ଥିବା ଜଣାପଡୁଛି । ବର୍ଷା ସୋସିଆଲ ମିଡିଆରେ ନିଜ ବିବାହ ବେଳର ଫଟୋ ପୋଷ୍ଟ କରୁଥିବା ବେଳେ ଡିଭୋର୍ସ ହେବାକୁ କେହି ଅଟକାଇ ପାରିବେ ନାହିଁ ବୋଲି ପୋଷ୍ଟ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ।

ତେବେ ଅକ୍ଟୋବର ୩୦ ସୁଦ୍ଧା ଛାଡପତ୍ର ମାମଲାର ଅନ୍ତ ଘଟାଇବା ଲାଗି ପୂର୍ବରୁ ହାଇକୋର୍ଟ ପରିବାର ଅଦାଲତଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ନିଦେ୍ର୍ଦଶ ପରେ ଅନୁଭବ ବର୍ଷାଙ୍କ ଠାରୁ ଛାତ୍ରପତ୍ର ପାଇବେ ବୋଲି ଆଶା ମଧ୍ୟ ରଖିଥିଲେ । ହେଲେ କୋର୍ଟଙ୍କ ଏହି ରାୟ ଅନୁଭବଙ୍କୁ ବଡ଼ ଝଟକା ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com