Featuredରାଜନୀତି

ଶ୍ୱଶୁର ଘରେ ଲାଲୁଙ୍କ ହଙ୍ଗାମା

ସବୁବେଳେ ନିଜ ମଜାକିଆ ଅନ୍ଦାଜ ତଥା କୌତୁକିଆ ଶୈଳୀରେ କଥାବର୍ତ୍ତାକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି ବିହାରର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବ । ଲାଲୁଙ୍କ ନିଆରା ଷ୍ଟାଇଲ ହିଁ ତାଙ୍କୁ ଅନ୍ୟ ରାଜନେତାଙ୍କ ଅପେକ୍ଷା ଭିନ୍ନ କରି ଗଢିତୋଳିଛି । ଏବେ ଦେହ ଖରାପ ଯୋଗୁଁ ଲାଲୁ ସକ୍ରିୟ ରାଜନୀତିରେ ସେତେଟା ଆକ୍ଟିଭ ନାହାନ୍ତି । କିନ୍ତୁ ଏଇ ଅବସସରେ ସେ ବିଭିନ୍ନ ଯାଗାକୁ ଯାଇ ନିଜ ସଂପର୍କୀୟଙ୍କୁ ଭେଟୁଛନ୍ତି । ଏଇ କ୍ରମରେ ଗତ ମଙ୍ଗଳବାର ସେ ଫୁଲବରିୟାରେ ପହଞ୍ଚିଥିଲେ ଶ୍ୱଶୁର ଘରକୁ ଯିବା ପାଇଁ । ସେଠାରୁ ତାଙ୍କୁ ଯିବାକୁ ପଡିଥିଲା ସେଲାର କଲା ଗ୍ରାମକୁ ।

ଲାଲୁ ପ୍ରାୟ ୭ ବର୍ଷ ପରେ ଯାଇଥିଲେ ସ୍ୱଶୁର ଘରକୁ । ତେଣୁ ସେଲାର କଲା ଗାଁ ଲୋକାରଣ୍ୟ ହୋଇ ପଡିଥିଲା ଲାଲୁ ଓ ରାବିଡିଙ୍କୁ ଦେଖିବା ପାଇଁ । ଗାଡି ଧିରେ ଧିରେ ଯାଇ ପହଞ୍ଚିଥିଲା ସ୍ୱଶୁର ଘର ପାଖରେ । ଗାଁ ଲୋକ ଭାରି ସ୍ନେହ ତଥା ଉତ୍ସୁକତାର ସହ ଦୁହିଁଙ୍କୁ ଦେଖୁଥାନ୍ତି । ଏପରିକି କିଏ କିଏ ଆସି ଦୁହିଁଙ୍କ ସହ କଥା ହେଉଥାନ୍ତି । ତେବେ ଏହାର କିଛି ସମୟ ପରେ ସାତ ଆଠ ଜଣ ମହିଳା ଆସି ପାଛୋଟି ନେଇଥିଲେ ରାବିଡିଙ୍କୁ । ରାବିଡିଙ୍କ ସହ ପୁଅ ତେଜପ୍ରତାପ ବି ଚାଲିଗଲେ ଘର ଭିତରକୁ କିନ୍ତୁ ଲାଲୁ ଗାଡି ଭିତରେ ବସି ରହିଥାନ୍ତି । ଏହାର କିଛି ସମୟ ବିତି ଗଲା ପରେ ବି କେହି ଆସିଲେନି ଲାଲୁଙ୍କୁ ନେବାକୁ

। ଏତିକି ବେଳେ ଆଉ କିଛି ଜଣ ଆସି ଲାଲୁଙ୍କୁ ଯିବା ପାଇଁ କହିଥିଲେ । କିନ୍ତୁ ରାଗି ଯାଇଥିଲେ ଲାଲୁ । ଆଉ ଅଭିମାନରେ କହିଥିଲେ ରାବିଡିଙ୍କ ଭାଇମାନେ ଆସି ସ୍ୱାଗତ ନ କରିବା ପର୍ଯ୍ୟନ୍ତ ସେ ଗାଡିରୁ ଓହ୍ଲାଇବେ ନାହିଁ । ଆଉ ସେତିକି ବେଳକୁ ରାବିଡିଙ୍କ ତିନି ଭାଇ ପ୍ରଭୁନାଥ, ସାଧୁ ଓ ସୁଭାସ କେହି ବି ଘରେ ଉପସ୍ଥିତ ନଥିଲେ । ସେମାନେ କାମରେ ବାହାରକୁ ବାହାରି ଯାଇଥିଲେ । ଏପଟେ ବି ଲାଲୁ ଓ ରାବିଡି ଆସୁଥିବା ନେଇ କାହାକୁ ଆଗୁଆ ସୂଚନା ଦେଇ ନଥିଲେ ।

ତେଣୁ କେହି ବି ସତର୍କ ନଥିଲେ । ଏପଟେ ଲାଲୁଙ୍କ କଥା ଶୁଣି ସମସ୍ତେ ଟେନସନରେ । ତେବେ ଏତିକି ବେଳକୁ ଜଣେ ସଂପର୍କୀୟ ଭାଇ ରମାକାନ୍ତଙ୍କୁ ଖୋଜାଗଲା । ରମାକାନ୍ତ ବି ସେତିକି ବେଳକୁ ଧାଇଁ ଆସିଲେ ପାଖକୁ । ଜିଜାଜି କହି ଲାଲୁଙ୍କ ଅଭିମାନ ଭାଙ୍ଗିବା ସହ ଘରକୁ ପାଛୋଟି ନେଇଥିଲେ । ଲାଲୁ ବି ସେତେବେଳେ ଖୁସିରେ ଓହ୍ଲାଇ ସ୍ୱଶୁର ଘରକୁ ଯାଇଥିଲେ । ତେବେ ଏଇ ଘଟଣାକୁ ସାଇ ପଡିଶା ତଥା ସ୍ଥାନୀୟ ଲୋକେ ବେଶ ମଜା ଉଠାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com