
ଭୁବନେଶ୍ୱର ,୨୦/୦୨/୨୦୨୬: ଓଡ଼ିଶା ବିଧାନସଭାରେ ଆଜି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ବିଜେପି ସରକାରଙ୍କ ଏହି ବଜେଟ୍ ଗତ ବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ପାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ବଜେଟର ସମସ୍ତ ପ୍ରମୁଖ ଯୋଜନା ଓ ବ୍ୟୟବରାଦ:
- ସୁଭଦ୍ରା ଯୋଜନା: ମହିଳାମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ପାଇଁ ସର୍ବାଧିକ ୧୦,୧୪୫ କୋଟି ଟଙ୍କା।
- ଭିବି-ଜି ରାମ-ଜୀ ଯୋଜନା: ଏହି ବୃହତ ପ୍ରକଳ୍ପ ପାଇଁ ୫,୫୭୫ କୋଟି ଟଙ୍କା।
- ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିସନ: ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୫,୦୦୮ କୋଟି ଟଙ୍କା।
- ନିର୍ମଳ ଯୋଜନା: ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ପାଇଁ ୯୮୬ କୋଟି ଟଙ୍କା।
- ରେଳ ପ୍ରକଳ୍ପ: ରାଜ୍ୟରେ ରେଳ ଯୋଗାଯୋଗର ଉନ୍ନତି ପାଇଁ ୪୫୦ କୋଟି ଟଙ୍କା।
- ଓଡ଼ିଆ ଅସ୍ମିତା: ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ୩୭୪ କୋଟି ଟଙ୍କା।
- ମୁଖ୍ୟମନ୍ତ୍ରୀ କଳାକାର ସହାୟତା: କଳାକାରମାନଙ୍କ ସମ୍ମାନ ଓ ଆର୍ଥିକ ସହାୟତା ପାଇଁ ୧୫୦ କୋଟି ଟଙ୍କା।
- ମଡେଲ ମଣ୍ଡି: ଚାଷୀଙ୍କ ସୁବିଧା ପାଇଁ ୧୦୦ଟି ମଡେଲ ମଣ୍ଡି ନିର୍ମାଣ ନିମନ୍ତେ ୧୦୦ କୋଟି ଟଙ୍କା।
- ସାଂସ୍କୃତିକ ଅନୁଷ୍ଠାନ: ବିଭିନ୍ନ ସାଂସ୍କୃତିକ କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ୫୧ କୋଟି ଟଙ୍କା।
- ଶ୍ରୀ ଜଗନ୍ନାଥ ଦର୍ଶନ: ଶ୍ରଦ୍ଧାଳୁଙ୍କ ସୁବିଧା ଓ ଦର୍ଶନ ବ୍ୟବସ୍ଥା ପାଇଁ ୩୦ କୋଟି ଟଙ୍କା।
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ଗରିବ ପରିବାରର କନ୍ୟା ବିବାହ ସହାୟତା ପାଇଁ ୧୨ କୋଟି ଟଙ୍କା।
- ରତ୍ନଭଣ୍ଡାର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଓ ଏହାର ପରିଚାଳନା ପାଇଁ ୫ କୋଟି ଟଙ୍କା।
ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ବଜେଟ୍ ଓଡ଼ିଶାର କଳା, ସଂସ୍କୃତି, କୃଷି ଓ ସ୍ୱାସ୍ଥ୍ୟ ସେବାରେ ଏକ ବଡ଼ ପରିବର୍ତ୍ତନ ଆଣିବ। ପ୍ରତିଟି ଯୋଜନାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରି “ବିକଶିତ ଓଡ଼ିଶା” ଗଠନ କରିବା ଏହି ସରକାରଙ୍କ ମୂଳ ଲକ୍ଷ୍ୟ।




