ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ରାସ୍ତାକୁ ଓହ୍ଲାଇଲେ ଶୈଳବାଳା କଲେଜ ଛାତ୍ରୀ


ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ରାସ୍ତାରେ ଛାତ୍ରୀ। ‘ଶୈଳବାଳା କଲେଜ୍’କୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ଛାତ୍ରୀଙ୍କ ପ୍ରତିବାଦ। ୧୧୩ ବର୍ଷ ପୂରୁଣା କଲେଜକୁ କାହିଁକି ବିଶ୍ୱ ବିଦ୍ୟାଳୟ ମାନ୍ୟତା ମିଳୁନି ବୋଲି ପ୍ରଶ୍ନ କରୁଛନ୍ତି ଛାତ୍ରୀ ? ଏଣୁ ‘ଶୈଳବାଳା କଲେଜ୍’କୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ କଲେଜ୍ ସମ୍ମୁଖକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗଲା ୨୮ ଦିନ ଧରି ଧାରଣାରେ ବସିଛନ୍ତି ପିଲାଏ ହେଲେ ଗତକାଲି ରାଜ୍ୟ ବଜେଟରେ ରାଜ୍ୟର ୪ଟି ଜିଲ୍ଲାରେ ବିଶ୍ଵ ବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କିନ୍ତୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ରାଜ୍ୟର ପ୍ରଥମ ମହିଳା ମହାବିଦ୍ୟାଳୟ କଟକର ଶୈଳବାଳା କଲେଜ୍କୁ ବିଶ୍ବବିଦ୍ୟାଳୟ ମାନ୍ୟତାରୁ ବଞ୍ଚିତ ରଖାଯାଇଛି । ଯାହାକୁ ନେଇ କଟକବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ୧୧୩ ବର୍ଷର ଏହି ପୁରାତନ ଐତିହାସିକ କଲେଜକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ବର୍ଷ ବର୍ଷ ଧରି ବୁଦ୍ଧିଜୀବୀ ଓ ଛାତ୍ରୀମାନେ ଦାବି କରି ଆସୁଛନ୍ତି । ଯାହାକୁ ନେଇ ଆଜି ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏବଂ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।




