ଅପରାଧଓଡ଼ିଶା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ବିଭାଗ ।

 ଭୁବନେଶ୍ୱର ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ, ଗିରଫ ହେଲେ କୋଟିପତି ଫରେଷ୍ଟର ଭାଗବତ ଭୂଷଣ ବେହେରା।   ୨୦୦୦ ମସିହା ଅଗଷ୍ଟ ୨୦ରେ ଜଣେ ଫରେଷ୍ଟଗାର୍ଡ ଭାବେ ସରକାରୀ ଚାକିରି ଆରମ୍ଭ କରିଥିବା ଶ୍ରୀ ବେହେରା ପ୍ରାରମ୍ଭିକ ଦରମା ଭାବେ ୩ ହଜାର ଟଙ୍କା ପାଉଥିଲେ। ପରେ କଳାହାଣ୍ଡି ଉତ୍ତର ଓ ଦକ୍ଷିଣ ବନଖଣ୍ଡର ବିଭିନ୍ନ ସ୍ଥାନରେ ଫରେଷ୍ଟଗାର୍ଡ ଓ ଫରେଷ୍ଟର ଭାବେ ସେ ଚାକିରି କରିଆସୁଛନ୍ତି। କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ପ୍ରଦୀପ ଆଇଣ୍ଡ, ଜୟପୁର ଭିଜିଲାନ୍ସ ଡିଏସ୍‌ପି ସଦାନନ୍ଦ ପାଣି, ନବରଙ୍ଗପୁର ଭିଜିଲାନ୍ସ ଡିଏସ୍‌ପି ଜୟଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ୩ଟି ଦଳ ଏକକାଳୀନ ଚଢ଼ଉ କରିଥିଲେ।ଶୁକ୍ରବାର କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ସଦର ରେଞ୍ଜର ଭଟାଙ୍ଗପଦର ସେକ୍ସନ ଦାୟିତ୍ବରେ ଥିବା ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ, ଭିଜିଲାନ୍ସ ଚଢ଼ଉ କରିଥିଲା। ରେଡ୍ ବେଳେ ବାବୁଙ୍କର ୯ଟି ଦାମୀ ପ୍ଲଟ୍ ସହ ପ୍ରାୟ ଅଧେ କିଲେ ସୁନା ମିଳିଥିଲା। ସେହିଭଳି ଫରେଷ୍ଟର ଶ୍ରୀ ବେହେରାଙ୍କ ୯ଟି ଗାଡ଼ି ଠାବ ହୋଇଛି । ସେଥିରେ ୨ଟି କାର୍‌, ୪ଟି ଟ୍ରାକ୍ଟର, ଗୋଟିଏ ବାଇକ, ୨ଟି ହାର୍ଭେଷ୍ଟର ମେସିନ ରହିଛି । ତେବେ ଏଥିମଧ୍ୟରୁ କେତେକ ଗାଡ଼ି ବେନାମୀ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଫରେଷ୍ଟର ଶ୍ରୀ ବେହେରାଙ୍କ ଘରୁ ୨୧୦ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି।

Related Articles

Back to top button