ଅନ୍ୟାନ୍ୟଜାତୀୟ

ଦେଶର କେଉଁଠାରେ ଟେଟ୍ରା ପ୍ୟାକ୍ ମଦ ବିକ୍ରି ହୁଏ

ଭୁବନେଶ୍ୱର ,ବଜେଟ ଅଧିବେଶନର ପଞ୍ଚମ ଦିନ ଆଜି ବିଧାନସଭା ରେ, ପ୍ରଶ୍ନରେ ରଖିଥିଲେ ବିଧାୟକ ସନା ମହାକୁଡ଼…. ପ୍ରଶ୍ନ କାଳ ଭିତରେ ରାଜ୍ୟରେ ଠିପି ଖୋଲା ଓ ଠିପି ବନ୍ଦ ମଦ କାଚ ବୋତଲରେ ବିକ୍ରୟ ହେଉ ଥିବାରୁ, ମଦ୍ୟପମାନେ ମଦ ପିଇ ପୋଖରୀ ଘାଟରେ, ନଦୀ ତୁଠରେ, ନାଳ ମାନଙ୍କରେ ମଦ ବୋତଲ ଭାଙ୍ଗି କାଚ ଗୁଡିକ ଚାଷ ବିଲକୁ ଫୋପାଡିବା ଦ୍ବାରା ଭଙ୍ଗା କାଚ ଗୋଡରେ, ଲାଗି ଲୋକ ବିପଦ ଶଙ୍କୁଳରେ ପଡୁଛନ୍ତି, ତେଣୁ କାଚ ବୋତଲ ପରିବର୍ତ୍ତେ ପ୍ଲାଷ୍ଟିକ ବୋତଲ କିମ୍ଵା କ୍ଷତି କାରକ ନହେବା ଭଳି ଅନ୍ୟ କୌଣସି ବୋତଲ ବ୍ୟବହାର କରିବା ପାଇଁ ମଦ ତିଆରି କରୁଥିବା ଶିଳ୍ପ ମାନଙ୍କୁ ନିର୍ଦ୍ଦେଶ ଦେବେ କି ବୋଲି ପ୍ରଶ୍ନରେ ରଖିଥିଲେ ବିଧାୟକ ସନା ମହାକୁଡ଼….ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟରେ ଠିପି ଖୋଲା ଓ ଠିପି ବନ୍ଦ ବିଦେଶୀ ମଦ କାଚ ବୋତଲରେ ବିକ୍ରୟ ହେଉଥିବା ସମ୍ପର୍କରେ, ମଦ୍ୟପାନ ପରେ ପୋଖରୀ ଘାଟ, ନଦୀ ତୁଠ, ନାଳ ଓ ଚାଷ ଜମିରେ ମଦ ବୋତଲ ଭାଙ୍ଗି କାଚ ଫିଙ୍ଗା ଯାଇ ଲୋକମାନେ ଆହତ ହେଉଥିବା ବିଷୟରେ ସରକାରଙ୍କ ନିକଟରେ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ । ସେମାନେ କହିଛନ୍ତି ଯେ ରାଜ୍ୟ ସରକାରଗୁଡ଼ିକ କେବଳ ରାଜସ୍ୱ ବୃଦ୍ଧି କରିବା ପାଇଁ ଏହି ପ୍ୟାକେଟଗୁଡ଼ିକର ବିକ୍ରୟକୁ ଅନୁମତି ଦେଉଛନ୍ତି…..ଟେଟ୍ରାପ୍ୟାକ୍ ମଦ ହେଉଛି ବୋତଲ ବଦଳରେ କାଗଜ-କାର୍ଟନ୍ ପ୍ୟାକେଜରେ ବିକ୍ରି ହେଉଥିବା ମଦ, ଯାହା ଜୁସ୍ କିମ୍ବା କ୍ଷୀର ପ୍ୟାକେଜ ପରି।ଏହାକୁ ଫ୍ରୁଟି, ଜୁସ୍, କ୍ଷୀର କିମ୍ବା ନଡ଼ିଆ ପାଣି ପାଇଁ ବ୍ୟବହୃତ ସମାନ ପ୍ୟାକେଜିଂ ଭାବରେ ଭାବନ୍ତୁ, କେବଳ ପ୍ୟାକେଜିଂରେ ମଦ ଭର୍ତ୍ତି ଥାଏ। ଏହା କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ତେଲେଙ୍ଗାନା, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରେ ବିକ୍ରି ହୁଏ।

Related Articles

Back to top button