ଜାତୀୟମନୋରଞ୍ଜନ

କୁନାଲ୍‌ଙ୍କ ଏହି କାମ ପାଇଁ ରାଗି ଗଲେ ପତ୍ନୀ ସୋହା ଅଲି ଖାନ୍‌, ପିଟି ପିଟି କଲେ ଏପରି ଅବସ୍ଥା

ନୂଆଦିଲ୍ଳୀ() ପାଟଉଦି ପରିବାରର ଜ୍ବାଇଁ ତଥା କୁନାଲ ଖେମୁ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍। ସେ ପ୍ରାୟତଃ ତାଙ୍କ ଝିଅ ଏବଂ ପତ୍ନୀ ସୋହା ଅଲି ଖାନଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ସେୟାର କରନ୍ତି । ତାଙ୍କ ପରିବାର ସହ ହସ ଖୁସିରେ ସମୟ ଅତିବାହିତ କରନ୍ତି । ନିକଟରେ ସେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଏଭଳି କିଛି ଦେଖିବାକୁ ମିଳିଥିଲା । ଯାହାକୁ ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ।

ବର୍ତ୍ତମାନ ପ୍ରଶଂସକମାନେ ଦେଖି ଚିନ୍ତିତ ହୋଇଯାଇଛନ୍ତି । କମେଣ୍ଟରେ ମଧ୍ୟ ଅନେକ ପ୍ରଶ୍ନ କରୁଛନ୍ତି ଯେ ଏହ କ’ଣ ହେଉଛି, ସତରେ କଣ ସୋହା ଏବଂ କୁନାଲଙ୍କ ମଧ୍ୟରେ ଏହା ଘଟିଛି । ତେବେ କୁନାଲ ଖେମୁ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଠାରେ ସୋହା ଅଲି ଖାନ ରାଗରେ ଲାଲ ହୋଇଯାଇଛନ୍ତି । ସେ ତାଙ୍କ ସ୍ୱାମୀ କୁନାଲଙ୍କ ଉପରେ ଖୁବ୍‌ ଜୋରରେ ରାଗିଯାଇଛନ୍ତି।

 

View this post on Instagram

 

A post shared by Kunal Kemmu (@kunalkemmu)

 ଭିଡିଓରେ କୁନାଲ ଖେମୁ ଶୋଇଛନ୍ତି, କିନ୍ତୁ ଆଖି ଖୋଲିବା ମାତ୍ରେ ତାଙ୍କ ପତ୍ନୀ ସୋହା ତାଙ୍କ ସାମ୍ନାରେ ରାଗିକି ଠିଆ ହୋଇଛନ୍ତି। ଏହି ସମୟରେ କୁନାଲ ତୁରନ୍ତ ସୋହାଙ୍କୁ କ୍ଷମା ମାଗିଛନ୍ତି । ସେହି ସମୟରେ ସୋହା ହାତ ଉଠାଇ କୁନାଲ୍‌କୁ ମାରୁଛନ୍ତି ଠିକ୍‌ ସେତିକି ବେଳେ ତାଙ୍କ ଫିଲ୍ମର ଏକ ଦୃଶ୍ୟ ଦେକିବାକୁ ମିଳୁଛି । ସେଥିରେ କୁନାଲଙ୍କ ନାମ ମୁହଁରୁ ରକ୍ତ ବାହାରୁଛି । ପରେ ସୋହା କହିଛନ୍ତି ଯେ କ୍ଷମା କର ଏହା କେବଳ ଥଟ୍ଟା ମଜା ପାଇଁ ଥିଲା । ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କୁନାଲ ଖେମୁ ଲେଖିଛନ୍ତି, ‘ପ୍ରତିଶୋଧ … ବର୍ତ୍ତମାନ ଏହି ଭିଡିଓ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଫ୍ୟାନ୍ସମାନେ ଏହାକୁ ଦେଖି ସେୟାର କରିବା ସହ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com