Featuredଜାତୀୟରାଜନୀତି

ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ରୋକିବା ପାଇଁ କ’ଣ କରୁଛନ୍ତି କେନ୍ଦ୍ର ସରକାର : ସୁପ୍ରିମକୋର୍ଟ

ଦେଶରେ ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ଆପଣ କ’ଣ କରୁଛନ୍ତି ବୋଲି କେନ୍ଦ୍ର ସରକାରଙ୍କୁ ମଧ୍ୟ କରିଥିଲେ। ଏହା ସହିତ ଅବୈଧ ଧର୍ମ ପରିବର୍ତ୍ତନ ଉପରେ ଆଇନ୍ ପ୍ରବର୍ତ୍ତନ ଦାବିକୁ ନେଇ ୨୨ ନଭେମ୍ବର ସୁଦ୍ଧା ଉତ୍ତର ରଖିବାକୁ କହିଛନ୍ତି। ଏହି ମାମଲାର ଆଗାମୀ ଶୁଣାଣି ୨୮ ନଭେମ୍ବରରେ ହେବ। ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ଦେଶର ସୁରକ୍ଷା ଏବଂ ଧର୍ମର ସ୍ୱତନ୍ତ୍ରତାକୁ ମଧ୍ୟ ଏହା ପ୍ରଭାବିତ କରୁଥିବା କୋର୍ଟ କହିଛନ୍ତି।  ଆଜିର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହଟା ଆଦିବାସୀ ଅଂଚଳମାନକରେ ଧାର୍ମିକ ପରିବର୍ତ୍ତନ ବିଷୟରେ କହିଥିଲେ। ଏଭଳି ମାମଲାରେ ସରକାର କ’ଣ କରୁଛନ୍ତି ବୋଲି କୋର୍ଟ ସରକାରଙ୍କୁ ମଧ୍ୟ ପଚାରିଥିଲେ। ସଲିସିଟର ଜେନେରାଲ ଏହା ମଧ୍ୟ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ରାଜ୍ୟଗୁଡିକ ଆଇନ କରିପାରିବେ। ତେବେ କୋର୍ଟ କହିଥିଲେ, ‘ କିନ୍ତୁ ଆମେ ଜାଣିବାକୁ ଚାହୁଁଛୁ ଏହି ପ୍ରସଙ୍ଗରେ କେନ୍ଦ୍ର କ’ଣ କରୁଛି। ଜବରଦସ୍ତ ରୂପାନ୍ତର ବିରୋଧରେ କେନ୍ଦ୍ର ସରକାର ନେଇଥିବା ୨୨ ଟି ପଦକ୍ଷେପ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com