ଅନ୍ତର୍ଜାତୀୟଜାତୀୟ

ନ୍ୟୁଜଲ୍ୟାଣ୍ଡ ଆକାଶରେ ଦେଖାଦେଲା ଘୂର୍ଣ୍ଣୟମାନ ରହସ୍ୟମୟ ରଶ୍ମି

ନେଲସନ: ନ୍ୟୁଜଲ୍ୟାଣ୍ଡ ଆକାଶରେ ଦେଖାଯାଇଛି ଘୂର୍ଣ୍ଣୟମାନ ରହସ୍ୟମୟ ରଶ୍ମି। ରବିବାର ରାତିରେ ଏହି ରଶ୍ମି ଦେଖାଯାଇଛି। ଏହା ଦେଖିବା ପରେ ଲୋକଙ୍କ ଭିତରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନ୍ୟୁଜଲ୍ୟାଣ୍ଡର ନେଲସନ ସହରରେ ଦେଖାଯାଇଥିବା ଏହି ଦୃଶ୍ୟକୁ ଲୋକେ ମୋବାଇଲରେ କଏଦ କରିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଠାର ଲୋକେ ଏହାକୁ ଏକ ୱର୍ମହୋଲ(wormhole) ବୋଲି ଅଲୋଚନା କରୁଛନ୍ତି।

ରାତି ପ୍ରାୟ ସାଢ଼େ ୭ଟାରେ ଏହି ରଶ୍ମି ରୂପ ନେଇଥିଲା। ଏହି ରଶ୍ମିର ରଙ୍ଗ ନୀଳ ଥିଲା। ତେବେ ବିଶେଷଜ୍ଞମାନେ ବାଦଲ ଭିତରେ ଦେଖାଯାଇଥିବା ଏହି ରଶ୍ମି ଫାଲକନ-୯ ରକେଟର ଧୂଆଁ ଯୋଗୁ ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିଛନ୍ତି। ଯେଉଁ ରକେଟ ଗ୍ଲୋବାଲ ଷ୍ଟାର ଡିଏମ୍୧୫ ସାଟଲାଇଟ୍ ନେଇ ଯାଇଥିଲା। ରକେଟର ଧୂଆଁ ବାୟୁମଣ୍ଡଳ ଓ ସୂର୍ଯ୍ୟାରଶ୍ମି ସଂସ୍ପର୍ଶରେ ଆସି ବାଦଲ ଭିତରେ ଏଭଳି ଦୃଶ୍ୟ ସୃଷ୍ଟି କରିଥିବା ବିଶେଷଜ୍ଞମାନେ କହିଛନ୍ତି। ତେବେ ଏହି ଜାଗତିକ ଦୃଶ୍ୟକୁ ଦେଖିଥିବା ନେଲସନ ସହରର ଲୋକେ ବିଶେଷଜ୍ଞଙ୍କ କଥାକୁ ବିଶ୍ୱାସ କରିପାରୁନାହାନ୍ତି।

ଅନେକ ଏହି ଫଟୋ ମିଛ ବୋଲି ସୋସିଆଲ ମିଡିଆରେ ହୋଇଥିବା ଭାଇରାଲ ଫଟୋରେ ମତ ପୋଷଣ ମଧ୍ୟ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com