ଐତିହ୍ୟ ଓ ସଂସ୍କୃତିଜାତୀୟ

ବହୁଚର୍ଚ୍ଚିତ ହିଜାବ ମାମଲା, ଆଜି ଆସିବ କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବେଙ୍ଗାଲୁରୁ: ବହୁଚର୍ଚ୍ଚିତ ହିଜବ ମାମଲାରେ ଆଜି ଆସିବ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ । ମୁଖ୍ୟ ବିଚାରପତି ଜଷ୍ଟିସ ରୀତୁରାଜ ଅଓ୍ବସ୍ତି, ଜଷ୍ଟିସ କ୍ରିଷ୍ଣା ଏସ. ଦୀକ୍ଷିତ ଓ ଜଷ୍ଟିସ ଜେଏମ ଖାଜିଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଇବେ ରାୟ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ବେଙ୍ଗାଲୁରୁରେ ଜନ ସମାଗମକୁ ନିଷିଦ୍ଧ କରାଯାଇଥିବାବେଳେ ସ୍କୁଲ କଲେଜ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସର୍ବସାଧାରଣ ସ୍ଥାନରେ ସତର୍କ ଦୃଷ୍ଟି ରଖାଯାଇଛି । ଗତମାସରେ ହିଜବ ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଜୋରଦାର ଆନ୍ଦୋଳନ ହୋଇଥିବାବେଳେ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ହୋଇଥିଲା ବଳ କଷାକଷି ।
ରାଜ୍ୟର ଶିକ୍ଷା ପ୍ରତିଷ୍ଠାନ ଗୁଡିକରେ ହିଜବ ନିଷିଦ୍ଧ କରାଯିବା ନେଇ ନିଷ୍ପତ୍ତି ବିରୋଧରେ ଉଡୁପିର କେତେକ ଛାତ୍ରୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଶିକ୍ଷା ପ୍ରତିଷ୍ଠାନରେ ହିଜବ ନିଷିଦ୍ଧ କରିବା ନେଇ କୌଣସି ଆଇନ ନାହିଁ ବୋଲି ସେମାନେ ଦର୍ଶାଇଥିଲେ । ସେମାନେ ଯୁକ୍ତି ଦର୍ଶାଇଥିଲେ ଯେ, ସମ୍ବିଧାନ ଧାର୍ମିକ ସ୍ୱାଧୀନତାକୁ ସୁରକ୍ଷା ଦେଇଛି । ଏହି ସ୍ବାଧୀନତାକୁ କୌଣସି ଶିକ୍ଷା ପ୍ରତିଷ୍ଠାନ କ୍ଷୁଣ୍ଣ କରିପାରିବେ ନାହିଁ । ହାଇକୋର୍ଟଙ୍କ ନିକଟରେ ସରକାର ଦର୍ଶାଇଥିଲେ ଯେ, ଭାରତରେ ହିଜାବ ପିନ୍ଧିବା ଉପରେ କୌଣସି କଟକଣା ନାହିଁ । ତେବେ ଶିକ୍ଷାନୁଷ୍ଠାନର ନିଷ୍ପତ୍ତି ଅନୁସାରେ ଏହି କଟକଣା ଜାରି କରାଯାଇଥାଏ । ଗତ ଫେବ୍ରୁଆରୀ ୧୦ ତାରିଖରେ ଖଣ୍ଡପୀଠ ଦର୍ଶାଇଥିଲେ ଯେ କୋର୍ଟରେ ମାମଲା ବିଚାରାଧୀନ ଥିବା ପର୍ଯ୍ୟନ୍ତ କଲେଜ ଖୋଲିବ ମାତ୍ର ଛାତ୍ରଛାତ୍ରୀ କୌଣସି ଧାର୍ମିକ ପୋଷାକ ପରିଧାନ କରିପାରିବେ ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଫେବ୍ରୁଆରୀ ୧୬ ତାରିଖରୁ କଲେଜ ଖୋଲିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com