ଅପରାଧଜାତୀୟ

ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦଙ୍କ ବିରୋଧରେ ଏତଲା

 ଭୁବନେଶ୍ୱର ,ଯୋଶୀମଠସ୍ଥିତ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେ ଶ୍ବରାନନ୍ଦ ସରସ୍ବତୀଙ୍କ ବିରୋଧରେ, ଏତଲା ଦାଏର କରିବାକୁ ଉତ୍ତର ପ୍ରଦେଶର ପ୍ରୟାଗରାଜସ୍ଥିତ ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ପୁଲିସକୁ ନିର୍ଦେଶ ଦେଇଛନ୍ତି। ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦଜୀଙ୍କ ସମେତ ତାଙ୍କର ଶିଷ୍ୟ ସ୍ବାମୀ ମୁକୁନ୍ଦାନନ୍ଦ ଗିରିଙ୍କୁ, ମଧ୍ୟ ଅଭିଯୁକ୍ତ ତାଲିକାଭୁକ୍ତ କରାଯାଇଛି।ଜାନୁଆରୀ ୨୮ରେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀଙ୍କ ବିରୋଧରେ, ଶିଶୁ ଯୌନ ନିର୍ଯାତନା ସମ୍ପର୍କିତ ପିଟିସନ ଦାଏର କରାଯାଇଥିଲା। ତଦନୁଯାୟୀ ବାରାଣସୀସ୍ଥିତ ବିଦ୍ୟାମଠରେ ଗୁରୁସେବା ନାମରେ କୋମଳମତି ଶିଶୁଙ୍କୁ, ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ପିଟିସନକାରୀଙ୍କ ତରଫରୁ ପ୍ରମାଣ ସ୍ବରୂପ, ଏକ ସିଡି ଅଦାଲତରେ ଉପସ୍ଥାପନ କରାଯାଇଛି। ଉକ୍ତ ସିଡିରେ ବିଦ୍ୟାମଠର ପ୍ରାୟ ୨୦ ଜଣ ପ୍ରଭାବିତ ଶିଶୁଙ୍କ, ବୟାନ ରହିଛି। ଏହାକୁ ଆଧାର କରି ପୋକ୍‌ସୋ ଅଦାଲତ ,ଫେବୃଆରୀ ୧୩ରେ ଦୁଇଜଣ ଶିଶୁଙ୍କ ବୟାନ ରେକର୍ଡ କରିଥିବାବେଳେ, ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ଓ ସ୍ବାମୀ ମୁକୁନ୍ଦାନନ୍ଦଙ୍କ ବିରୋଧରେ ଏତଲା ଦାଏର କରିବାକୁୁ ପୁଲିସକୁ ନିର୍ଦେଶ ଦେଇଥିବା କୁହାଯାଇଛି ।

Related Articles

Back to top button