ଜାତୀୟ

ମହାରାଷ୍ଟ୍ର ରାଜନୀତିକୁ ନେଇ ମୁହଁ ଖୋଲିଲେ ସଞ୍ଜୟ ରାଉତ, କହିଲେ ଆସିବନି ଝଡ଼ କି ହେବନି ଭୂମିକମ୍ପ

ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ସରକାରରେ ବିଦ୍ରୋହର ପଦଧ୍ୱନୀ ଶୁଣାଯାଉଛି। ଶିବସେନା ମନ୍ତ୍ରୀ ଏକନାଥ ସିନ୍ଦେ  ଓ ତାଙ୍କ ସମର୍ଥକମାନେ ନିର୍ବାଚନ ପରଠାରୁ ଆଉ  ଶିବସେନା ସମ୍ପର୍କରେ ନାହାନ୍ତି। ଏହାକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ପ୍ରଥମ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ଏଥିଯୋଗୁ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡି (ଏମଭିଏ) ସରକାରକୁ କୌଣସି ବିପଦ ନଥିବା କହିଛନ୍ତି।

ସରକାର ଲାଗି କୌଣସି ତୋଫାନ କି ଭୂମିକମ୍ପ ଆସିବ ନାହିଁ ବୋଲି କହିଛନ୍ତି ସଞ୍ଜୟ ରାଉତ। ସେ କହିଛନ୍ତି ଯେ ବିଜେପି ପୂର୍ବରୁ ମଧ୍ୟ ହାତ ଲଗାଇ ଦେଖିସାରିଛି। ଏଥର ମଧ୍ୟ ସଫଳତା ମିଳିବନି ବୋଲି କହିଛନ୍ତି ସଞ୍ଜୟ। ଶିବସେନା ନେତା ରାଉତ କହିଛନ୍ତି ଯେ ମହାରାଷ୍ଟ୍ରରେ ସରକାର ହଲାଇବା ଏତେ ସହଜ ନୁହେଁ। ସବୁ ବିଧାୟକ ଖୁବ୍ ଶୀଘ୍ର ଫେରିଆସିବେ ବୋଲି ସଞ୍ଜୟ ରାଉତ କହିଛନ୍ତି। ସେମାନେ ସମ୍ପର୍କରେ ନାହାନ୍ତି ମାନେ ନୁହେଁ ଯେ ସେମାନେ ପାର୍ଟି ବିରୋଧରେ ଯାଉଛନ୍ତି। ଆମେ ରାଜନୈତିକ ଘଟଣାକ୍ରମ ଉପରେ ନଜର ରଖି ରହିଛୁ, ଏବେ କିଛି କହିବା ତରବରିଆ ହେବ।

କୁହାଯାଉଛି ମହାରାଷ୍ଟ୍ର ସରକାରର ୩୪ ବିଧାୟକ ଏବେ ସମ୍ପର୍କରେ ନାହାନ୍ତି। ଯେଉଁମାନଙ୍କ ମଧ୍ୟରୁ ୨୯ ଜଣ ଶିବସେନାର ହୋଇଥିବା ବେଳେ ୫ ଜଣ ନିର୍ଦ୍ଦଳୀୟ । ମହାରାଷ୍ଟ୍ରରେ ଉଦ୍ଧବଙ୍କ ନେତୃତ୍ୱାଧୀନ ସରକାରକୁ ୩୧ ମାସ ପୂରଣ ହୋଇଛି। ଏଥିରେ  ସରକାର ଭାଙ୍ଗିବା ଭଳି ଜଣାଗଲାଣି। ରାଜ୍ୟ ସରକାରରେ ଜଣେ ମନ୍ତ୍ରୀ ଏକନାଥ ସିନ୍ଦେ ୧୪ ଶିବସେନା ଓ ୧୦ ସ୍ୱାଧୀନ ବିଧାୟକଙ୍କ ସହ ଗୁଜରାଟର ସୁରାଟ ପଳାଇଛନ୍ତି। ଏମାନଙ୍କ ମଧ୍ୟରେ ସରକାରର ୩ ମନ୍ତ୍ରୀ ମଧ୍ୟ ଅଛନ୍ତି।

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ସିନ୍ଦେଙ୍କ ଫୋନ ସ୍ୱିଚଅଫ ଅଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ସହ କଥା ହୋଇ ପାରୁ ନାହାନ୍ତି। ସେପଟେ ମହାରାଷ୍ଟ୍ରର ଘଟଣାକ୍ରମକୁ ନେଇ ଦିଲ୍ଲୀରେ ରାଜନୈତିକ ଗତିବିଧି ମଧ୍ୟ ଚଞ୍ଚଳ ହେଲାଣି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଭେଟିବା ଲାଗି ତାଙ୍କ ଘରକୁ ଯାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ମୁମ୍ବାଇରୁ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି। ସିନ୍ଦେ ବିଧାୟକଙ୍କ ସହିତ କିଛି ସମୟ ପରେ ହୁଏତ ପ୍ରେସ କନଫରେନ୍ସ କରିପାରନ୍ତି ବୋଲି ଆକଳନ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com