ଜାତୀୟରାଜନୀତି

ମୁକୁଲ ରାୟଙ୍କ ପରଲୋକ

କୋଲକାତା,୨୩/୦୨/୨୦୨୬: ତୃଣମୂଳ କଂଗ୍ରେସ ବା TMC ନେତା ତଥା ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରାୟଙ୍କର ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ଗତ ୩ ବର୍ଷ ହେଲାଣି ଅସୁସ୍ଥ ଥିଲେ ମୁକୁଲ । ମୁକୁଲ ଗତ କିଛିଦିନ ହେବ କୋମାରେ ଥିଲେ। କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଚାଲିଥିଲା। ରବିବାର ରାତି ସାଢ଼େ ୧ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଏକଦା ମୁକୁଲ ରାୟ ତୃଣମୂଳ କଂଗ୍ରେସର ନମ୍ବର ୨ ନେତା ଥିଲେ। ସାରଦା ଚିଟ୍ ଫଣ୍ଡ୍ ଘୋଟାଲା, ସାରଦା ଷ୍ଟିଙ୍ଗ ଅପରେସନ ପରେ ସେ ବିବାଦୀୟ ହୋଇପଡ଼ିଥିଲେ। ଦଳର ପଦପଦବୀରୁ ତାଙ୍କୁ ହଟାଇ ଦିଆଯାଇଥିଲା। ଦୁଇ ଥର ତୃଣମୂଳ କଂଗ୍ରେସ ଟିକେଟରେ ରାଜ୍ୟସଭାକୁ ଯାଇଥିଲେ । ପରେ ୨୦୧୭ରେ ବିଜେପିରେ ଯୋଗ ଦେଇଥିଲେ ମୁକୁଲ । ଉପା ସରକାର ଅମଳରେ ଜାହାଜ ଚଳାଚଳ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଓ ରେଳମନ୍ତ୍ରୀ ଥିଲେ
ଭାବେ କାର୍ଯ୍ୟ କରିଥିଲେ।

Related Articles

Back to top button