ଅନ୍ୟାନ୍ୟଓଡ଼ିଶା

ଚନ୍ଦ୍ର ଗ୍ରହଣ କୁ ନେଇ ଲୋକଙ୍କ ମନରେ ରହିଛି ଅନେକ ପ୍ରଶ୍ନ।

ଭୁବନେଶ୍ୱର ,ଏଥର ଦୋଳ ପୂର୍ଣ୍ଣମୀରେ, କେତୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ। କେତେବେଳେ ଗ୍ରହଣ ସ୍ପର୍ଶ କରିବ ଆଉ କେତେବେଳେ, ସର୍ବ ମୋକ୍ଷ ହେବ। ପାକ ତ୍ୟାଗ ଅବଧି କେତେ ଘଣ୍ଟା ରହିବ। କେଉଁ ରାଶିର ବ୍ୟକ୍ତିଙ୍କୁ ଗ୍ରହଣ ଦର୍ଶନ ବାରଣ। ପରଂପରା ଅନୁସାରେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ରହିଛି। ସେଥିପାଇଁ ସେ ଦିନ ସୂର୍ଯ୍ୟୋଦୟ ସମୟ ଅର୍ଥାତ୍ ସକାଳ ୬ଟା ୦୮ ମିନିଟ୍ ରୁ ପାକତ୍ୟାଗ ଓ ଅନ୍ନ ଭୋଜନ ସଂପୂର୍ଣ୍ଣ ନିଷେଧ କରାଯାଇଛି। ସେଦିନ ପଡୁଛି ଦୋଳ ପୂର୍ଣ୍ଣମୀ। ଶ୍ରୀମନ୍ଦିରେ ରହିଛି ଅନେକ ନୀତିକାନ୍ତି। ସେଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ ଓ ଦୋଳବେଦୀ ବିଜେ ନୀତି ବି ଥିବାରୁ ଏହାକୁ କିଭଳି ଶୃଙ୍ଖଳିତ କରାଯିବ ସେଥିପାଇଁ ଆସନ୍ତା ୨୪ରେ, ବସିବ ଛତିଶା ନିଯୋଗ ବୈଠକ। ଜ୍ୟୋତିର୍ବିତଙ୍କ ପରାମର୍ଶ ଅନୁସାରେ ଆସନ୍ତା ୩ ତାରିଖ, ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ ଓ ସନ୍ଧ୍ୟା ୬ଟା ୪୭ ମିନିଟ୍ ପରେ ସର୍ବମୋକ୍ଷ ହେବ। ଗାଁ ଗାଁରେ ବି ଦୋଳ ବିମାନରେ ଦିଅଁ ବୁଲି ବୁଲି ଭୋଗ ଖାଇବେ।ଯେହେତୁ ସେ ଦିନ ତମାମ ପାକ ନୀତି, ଅନ୍ନ ଭୋଗ ଓ ଠାକୁର ପୂଜା ନିଷେଧ ରହିଛି। ଏହାକୁ ନେଇ ଲୋକଙ୍କ ମନରେ ରହିଛି ଅନେକ ପ୍ରଶ୍ନ।

Related Articles

Back to top button