ଜାତୀୟରାଜନୀତି

ବଦଳିବ କେରଳ ରାଜ୍ୟର ନାମ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ବଦଳିଲା କେରଳ ରାଜ୍ୟର ନାମ । ନୂତନ ନାମ ଭାବେ ଏହି ରାଜ୍ୟର ନାମ “କେରଳମ୍” ରଖାଯିବାକୁ ପ୍ରସ୍ତାବ ରଖାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କେରଳର ନାମ ପରିବର୍ତ୍ତନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ୨୦୨୩ ଏବଂ ୨୦୨୪ ମସିହାରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଦେଶର ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ ସମସ୍ତ ଭାଷାରେ “କେରଳ” ନାମକୁ “କେରଳମ” କରିବା ପାଇଁ ସଂକଳ୍ପ ଆଗତ କରିଥିଲେ ।

ପ୍ରଥମ ସଂକଳ୍ପର ସମୀକ୍ଷା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କିଛି ବୈଷୟିକ ପରିବର୍ତ୍ତନ ପାଇଁ ପରାମର୍ଶ ଦେବା ପରେ ବିଧାନସଭା ଦ୍ୱାରା ଏହି ସଂକଳ୍ପ ଦୁଇଥର ଗୃହୀତ ହୋଇଥିଲା । ଆଗତ ସଂକଳ୍ପଗୁଡ଼ିକ ଭାରତୀୟ ସମ୍ବିଧାନର ଧାରା ୩ ଅନୁଯାୟୀ ରାଜ୍ୟର ନାମ କେରଳରୁ ‘କେରଳମ’ କରିବା ପାଇଁ ଚେଷ୍ଟା କରାଯାଇଥିଲା । କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ରାଷ୍ଟ୍ରପତି ସମ୍ବିଧାନର ଧାରା ୩ର ସର୍ତ୍ତାବଳୀ ଅନୁଯାୟୀ ନିଜର ମତାମତ ପ୍ରକାଶ କରିବା ପାଇଁ “କେରଳ ନାମ ପରିବର୍ତ୍ତନ ବିଲ୍-୨୦୨୬” ନାମକ ଏକ ବିଲ୍ କେରଳ ରାଜ୍ୟ ବିଧାନସଭାକୁ ପଠାଇବେ । କେରଳ ରାଜ୍ୟ ବିଧାନସଭାର ମତାମତ ଗ୍ରହଣ କରିବା ପରେ କେନ୍ଦ୍ର ସରକାର ପରବର୍ତ୍ତୀ ପଦକ୍ଷେପ ନେବେ । ସଂସଦରେ ‘କେରଳ’ ରାଜ୍ୟର ନାମ ପରିବର୍ତ୍ତନ କରି ‘କେରଳମ’ କରିବା ପାଇଁ “କେରଳ ନାମ ପରିବର୍ତ୍ତନ ବିଲ୍-୨୦୨୬” ଉପସ୍ଥାପନ କରିବା ପାଇଁ ରାଷ୍ଟ୍ରପତିଙ୍କ ସୁପାରିଶ ଗ୍ରହଣ କରାଯିବ ।

Related Articles

Back to top button