ଓଡ଼ିଶାଦୁର୍ନୀତି

ଜମି ଅଧିଗ୍ରହଣ ଲାଗି ପୁଲିସ ଆଦିବାସୀ ମୁହାଁମୁହିଁ

ଭୁବନେଶ୍ବର, ୨୫.୦୨.୨୦୨୬ : ଆଦିବାସୀ ଜମିକୁ ଜୋରଜବରଦସ୍ତ ଜବରଦଖଲ କରି ଆରମ୍ଭ କରାଯାଇଛି କମ୍ପାନୀର ରାସ୍ତା କାମ । ପୁଲିସ ଆଦିବାସୀ ମୁହାଁମୁହିଁ । ୧୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୁଲିସ ୧୪ ଜଣଙ୍କୁ ଅଟକ ରଖିଛି । ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଠାରେ ଡିସିବିଏଲର ଚୂନପଥର ଖଣି ସମ୍ପ୍ରସାରଣକୁ ନେଇ ତେଜିଥିବା ବିବାଦ ଆଜି ପୁଣି ଜୋର ଧରିଛି ।

ଗ୍ରାମବାସୀ ବିରୋଧ କରୁଥିବାରୁ ୧୨ରୁ ୨୪ ଜଣ ଗ୍ରାମବାସୀଙ୍କୁ ଅଟକ ରଖାଯାଇଛି । ଚୂନ ଖଣି ସମ୍ପ୍ରସାରଣ କୁ ନେଇ ଆଦିବାସୀଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ପୁଲିସ ପ୍ରଶାସନ ପକ୍ଷରୁ ଆଜି ସକାଳୁ ଚାଷ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ବର୍ଷ ଡିସେମ୍ବର ମାସରେ ବିରୋଧ ଯୋଗୁଁ ଜମି ଅଧିଗ୍ରହଣ ଅଧାରୁ ବନ୍ଦ ହୋଇଥିଲା । ଆଜି ସକାଳୁ ପୁଲିସ ଓ ପ୍ରଶାସନ ଉପସ୍ଥିତିରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

Related Articles

Back to top button