ଐତିହ୍ୟ ଓ ସଂସ୍କୃତିମନୋରଞ୍ଜନ

ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ,ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା।

 ଭୁବନେଶ୍ୱର ,ଫିଲ୍ମ ଜଗତର ଏହି ଲୋକପ୍ରିୟ ଯୋଡ଼ି,ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା, ଆଜି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।ସେମାନେ ସେମାନଙ୍କର ବିବାହ ପୂର୍ବର ଉତ୍ସବ ତଥା ମେହେନ୍ଦୀ, ସଙ୍ଗୀତ ଆଉ ହଲଦୀ ପାଇଁ ଅନେକ ଦିନ ଧରି ଖବରରେ ଥିଲେ। କିନ୍ତୁ ଆଜି, ଫେବୃଆରୀ ୨୬ ତାରିଖରେ, ସେମାନେ ବିବାହ ବନ୍ଧନରେ, ସବୁଦିନ ପାଇଁ ବାନ୍ଧି ହେବାକୁ ଯାଉଛନ୍ତି।ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଗତକାଲି ସେମାନେ ସେମାନଙ୍କର, ହଳଦୀ ଉତ୍ସବ କରିଥିଲେ, ଯାହାର ଉଭୟେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ।ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ବିବାହ ନିମନ୍ତ୍ରଣପତ୍ର ପଠାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଦମ୍ପତିଙ୍କୁ, ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି।ସେ ବିଜୟଙ୍କ ବାପାମାଆଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି। ସେମାନଙ୍କ ବିବାହର ନାମ “ଦି ୱେଡିଂ ଅଫ୍ ଭାଇରଶ” ରଖାଯାଇଛି, ଯାହା ସେମାନଙ୍କ ନାଁର ମିଶ୍ରଣ। କିନ୍ତୁ, ପ୍ରଶଂସକମାନେ ଏପର୍ଯ୍ୟନ୍ତ ପ୍ରଥମ ବିବାହ ଫଟୋକୁ ଅପେକ୍ଷା କରିଛନ୍ତି।ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହରେ ଅନେକ ବଡ଼ ବଡ଼ ଷ୍ଟାର ଯୋଗ ଦେବେ ବୋଲି ଆଶା କରାଯାଉଛି, ସେମାନଙ୍କ ମଧ୍ୟରୁ କିଛି ଘନିଷ୍ଠ ବନ୍ଧୁ। ଟଲିଉଡ୍ ନିର୍ଦ୍ଦେଶକ ତରୁଣ ଭାସ୍କର, ଶିବ ନିର୍ବାଣ, ଭାମସି ପୈଦିପାଲି ଏବଂ ସନ୍ଦୀପ ରେଡ୍ଡୀ ଭାଙ୍ଗା ଏହି କାର୍ଯ୍ୟକ୍ରମରେ ପହଞ୍ଚି ସାରିଛନ୍ତି।ରଶ୍ମିକାଙ୍କ ବନ୍ଧୁ ରାହୁଲ ରବିନ୍ଦ୍ରନ ଏବଂ ଆଶିକା ରଙ୍ଗନାଥ ମଧ୍ୟ ବିବାହରେ ଯୋଗଦେବାକୁ, ପହଞ୍ଚିଛନ୍ତି। ବିବାହକୁ ଦୃଷ୍ଟିରେ ରଖି ରିସର୍ଟରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, କରାଯାଇଛି ଏବଂ ଉଦୟପୁର ବିମାନବନ୍ଦରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Related Articles

Back to top button