ଜାତୀୟରାଜନୀତି

କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କୋର୍ଟଙ୍କ କ୍ଲିନ୍ ଚିଟ୍

ନୂଆଦିଲ୍ଲୀ ,୨୭/୦୨/୨୦୨୬ : ଦିଲ୍ଲୀ ମଦ ଦୁର୍ନୀତି ମାମଲା । କୋର୍ଟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କୁ ସମସ୍ତ ଅଭିଯୋଗରୁ ଦୋଷମୁକ୍ତ କରିଛନ୍ତି । ଉଭୟଙ୍କୁ କୋର୍ଟରୁ କ୍ଲିନ୍ ଚିଟ୍ ମିଳିଛି । ରାଉଜ୍ ଆଭେନ୍ୟୁ କୋର୍ଟରୁ ଦୋଷମୁକ୍ତ ହେବା ପରେ କାନ୍ଦିବା ସହ କେଜ୍ରିୱାଲ କହିଛନ୍ତି, “ମୁଁ ଦୁର୍ନୀତିଗ୍ରସ୍ତ ନୁହେଁ । କୋର୍ଟ କହିଛନ୍ତି ଯେ, କେଜ୍ରି‌ୱାଲ ଏବଂ ମନୀଷ ସିସୋଦିଆ ସଚ୍ଚୋଟ ।” ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି (ଆପ)ର ଶୀର୍ଷ ନେତା ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଏବଂ ବିଜୟ ନାୟାରଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି।

ଦିଲ୍ଲୀ ଅବକାରୀ ନୀତି ସହିତ ଜଡିତ ଅତ୍ୟନ୍ତ ବିବାଦୀୟ ସିବିଆଇ ମାମଲାରେ କୋର୍ଟ ସେମାନଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ, ସିବିଆଇ ଅଭିଯୋଗ ପ୍ରମାଣ କରିବାରେ ବିଫଳ ହୋଇଛି ଏବଂ ମାମଲାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର କିମ୍ବା ବିଶ୍ୱସନୀୟ ପ୍ରମାଣ ନାହିଁ। ସ୍ୱତନ୍ତ୍ର ବିଚାରପତି ଜିତେନ୍ଦ୍ର ସିଂହ ଏହି ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, କୌଣସି ସାମଗ୍ରିକ ଷଡ଼ଯନ୍ତ୍ର କିମ୍ବା ଅପରାଧିକ ଉଦ୍ଦେଶ୍ୟ ମିଳିନାହିଁ। କୌଣସି ପ୍ରମାଣ ବିନା ସେମାନଙ୍କୁ ଫସାଇ ଦେବା ପାଇଁ କୋର୍ଟ ସିବିଆଇକୁ ଭର୍ତ୍ସନା କରିଛନ୍ତି ଏବଂ ଉଲ୍ଲେଖ କରିଛନ୍ତି ଯେ, ବିସ୍ତୃତ ଚାର୍ଜସିଟରେ ଅନେକ ତ୍ରୁଟି ରହିଛି ଯାହା କୌଣସି ସାକ୍ଷୀ କିମ୍ବା ବୟାନ ଦ୍ୱାରା ସମର୍ଥିତ ନୁହେଁ।

Related Articles

Back to top button