Uncategorized

ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା, ୫୦ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିଲା ଉତ୍ତର ଖାତା

ଭୁବନେଶ୍ବର: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କର ସାମାଜିକ ବିଜ୍ଞାନ(ସୋସିଆଲ୍ ସାଇନ୍ସ) ବିଷୟ ପରୀକ୍ଷା ଶେଷ ହୋଇଛି । ଆସନ୍ତା ୨ ତାରିଖ ଦିନ ଶେଷ ପରୀକ୍ଷା ଗଣିତ ବିଷୟ ରହିଛି । ଉକ୍ତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନିଟ୍ ସମୟ ଥିବାରୁ ଏହା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ଅନ୍ୟ ବିଷୟର ପରୀକ୍ଷା ପରି ସାମାଜିକ ବିଜ୍ଞାନରେ ମଧ୍ୟ ୧୨ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ବୋଲି ଖବର ମିଳିଛି । ମାଟ୍ରିକ୍ ସହ ଏସ୍ଓଏସ୍‌ସି ଏବଂ ମଧ୍ୟମାର ଓଡ଼ିଆ, ଇଂରାଜୀ ଓ ହିନ୍ଦୀ, ସଂସ୍କୃତ ବିଷୟର ଉତ୍ତରଖାତାଗୁଡ଼ିକ ରାଜ୍ୟର ୩୨୨ଟି ଯାକ ନୋଡାଲ୍ ସେଣ୍ଟର୍ରୁ ସଂଗ୍ରହ ହୋଇ ପୁଲିସର ସୁରକ୍ଷା ବଳରେ ଆସି ୫୦ଟି ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚି ସାରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ଗଣିତ ପରୀକ୍ଷା ସରିବାର ଦିନେ ଦୁଇ ଦିନ ମଧ୍ୟରେ ସଧାରଣ ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ଗଣିତର ଉତ୍ତର ଖାତା ନୋଡାଲ୍ ସେଣ୍ଟରରୁ ଆସି ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବ । ମାର୍ଚ୍ଚ ୧୯ ତାରିଖରୁ ଖାତା ଆରମ୍ଭ ହେବ । ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨ ତାରିଖ ସୁଦ୍ଧା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି ।

Related Articles

Back to top button